ସମ୍ବଲପୁର ଜିଲ୍ଲାରେ କରୋନା ଅର୍ଦ୍ଧଶତକ ଛୁଇଁଲା

0 158

ସମ୍ବଲପୁର,
ଆଜି ଆଉ ଗୋଟିଏ ପଜିଟିଭ ଚିହ୍ନଟ ହେଲା ପରେ ସମ୍ବଲପୁର ଜିଲ୍ଲାରେ କରୋନା ରୋଗୀ ସ°ଖ୍ଯା ୫୦ ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୨୬ ଜଣ ଚିକିତ୍ସା ରେ ଥିବା ବେଳେ ବାକି ୨୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବିଷୟରେ ଜିଲ୍ଲା ପ୍ରଶାସନିକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଆଜିର ରୋଗୀ ଜଣକ ୧୯ ବର୍ଷୀୟା ଯୁବତୀ ଓ ତାଙ୍କୁ ରେଙ୍ଗାଲୀ ଟିଏମସିରେ ଅନୁଧ୍ୟାନ ପାଇଁ ରଖାଯାଇଥିଲା । ଆନ୍ଧ୍ରପ୍ରଦେଶରୁ ସେ ପ୍ରବାସୀ ଶ୍ରମିକ ଭାବରେ ଏଠାକୁ ଆସିବା ପରଠାରୁ ତାଙ୍କୁ ଅନୁଧ୍ୟାନ ପାଇଁ ସେଠାରେ ରଖାଯାଇଥିଲା । ତାଙ୍କ ଦେହରେ କରୋନା ର କୌଣସି ଲକ୍ଷଣ ଦେଖା ଯାଇ ନଥିଲା କିନ୍ତୁ ସ୍ବାବପରୀକ୍ଷା ରୁ ପଜିଟିଭ ଜଣା ପଡିଲାପରେ ତାଙ୍କୁ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲ ରେ ଭର୍ତ୍ତି କରା ଯାଇଛି । ଇତିମଧ୍ୟରେ ତାଙ୍କ ସହିତ ମିଳାମିଶା କରିଥିବା ସମ୍ପର୍କୀୟ ଓ ଅନ୍ୟ ବ୍ଯକ୍ତି ମାନଙ୍କ ବିସ୍ତୃତ ସମ୍ପର୍କସୂଚୀ ପ୍ରସ୍ତୁତ ପ୍ରକ୍ରିୟା ଜାରି ରହିଛି ।

hiranchal ad1
Leave A Reply

Your email address will not be published.

nineteen − 16 =