ସ୍କୁଲ ଓ କଲେଜ କ୍ଲାସ ବନ୍ଦ, ଅନଲାଇନରେ ହେବ ପାଠପଢା

0 262

ଭୁବନେଶ୍ୱର : ଦେଶରେ ପୁଣି କରୋନା ଦ୍ରୁତ ଗତିରେ ବଢୁଥିବାରୁ ରାଜ୍ୟ ସରକାର ମାର୍ଗ ଦର୍ଶିକା ଜାରି କରିଛନ୍ତି । ରାଜ୍ୟର ସମସ୍ତ ସହରାଞ୍ଚଳରେ ରାତି ୯ଟାରୁ ନାଇଟ କର୍ଫ୍ୟୁ ଲାଗୁ ହେବ । ଆଗରୁ ଏହା ରାତି ୧୦ଟାରୁ ସକାଳ ୫ଟା ଥିଲା ।
ସେହିପରି ମାଟ୍ରିକ ଆସେସମେଣ୍ଟ ପରୀକ୍ଷା ଚାଲୁ ରହିବ । ତେବେ କ୍ଲାସ ସବୁ ବନ୍ଦ ରହିବ । ଅର୍ଥାତ୍‌ ସମସ୍ତ ସ୍କୁଲ କଲେଜରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ବନ୍ଦ ରହିବ । କ୍ଲାସ ବନ୍ଦ ରହିଲେ ବି ଅନଲାଇନ ପାଠପଢ଼ା ଚାଲୁ ରହିବ । ଦଶମ, ଦ୍ୱାଦଶ ପିଲାଙ୍କ ପାଇଁ ଛୋଟ ଛୋଟ ବ୍ୟାଚ୍‌ ଡାଉଟ୍‌ କ୍ଲିୟରିଂ କ୍ଲାସ କରିପାରିବେ ବୋଲି ଏସଆରସି ସୂଚନା ଦେଇଛନ୍ତି ।
ଏସଆରସି ଆହୁରି କହିଛନ୍ତି ଯେ ହାଟ, ବଜାରରେ ଜମୁଥିବା ଭିଡ଼କୁ ହ୍ରାସ କରିବା ପାଇଁ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କୁ ଦାୟିତ୍ୱ ଦିଆଯିବ । ଯଦି କୌଣସି ମଲରେ ଭିଡ ହେବ, ତାହେଲେ ଏଥିପାଇଁ ଦୋକାନ ମାଲିକ ଦାୟୀ ହେବେ । ଆଉ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ଦୋକାନକୁ ୭ ଦିନ ଯାଏ ବନ୍ଦ କରାଯିବ ବୋଲି ଏସ୍‌ଆର୍‌ସି କହିଛନ୍ତି ।
ସେହିପରି ବିବାହ ବ୍ରତ ପାଇଁ ୧୦୦ ଲୋକଙ୍କ ଅନୁମତି ମିଳିଥିବା ବେଳେ ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୫୦ଜଣ ଲୋକଙ୍କୁ ଅନୁମତି ଦେଇଛନ୍ତି । ଅନ୍ୟ ପକ୍ଷରେ ୫୦ ପ୍ରତିଶତ କର୍ମଚାରୀରେ ସରକାରୀ କାର୍ଯ୍ୟାଳୟ ଚାଲିବ ବୋଲି ଏସ୍‌ଆର୍‌ସି କହିଛନ୍ତି ।

hiranchal ad1
Leave A Reply

Your email address will not be published.

7 − six =