ସ୍କୁଲରେ ପାଣି ପିଇବାକୁ ବାଜିବ ଘଣ୍ଟି

0 153

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ସ୍କୁଲରେ ପାଣି ପିଇବାକୁ ପିଲା ମାନଙ୍କୁ ବିରତି ମିଳିବ। ନିୟମିତ ବ୍ୟବଧାନରେ ଜଳ ବିରତି ଘଣ୍ଟି ବଜାଇବା ନେଇ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ନିଆଯାଇଛି ଦୈନିକ କ୍ଲାସ ସମୟରେ ୩ ଥର ଜଳ ବିରତି ଘଣ୍ଟି ବାଜିବ। ଏବେ ସକାଳୁଆ ଚାଲୁଥିବାରୁ ସକାଳ ୮ଟା ୩୦, ୧୦ଟା ଏବଂ ୧୧ଟାରେ ଘଣ୍ଟି ବାଜିବ।

hiring

ରାଜ୍ୟରେ ଏବେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଜିଲା ଗୁଡ଼ିକରେ ଅଧିକ ଗରମ ଅନୁଭୂତ ହେଉଛି। ଆସନ୍ତା ଶନିବାର ପର୍ଯ୍ୟନ୍ତ ପାଗରେ ପରିବର୍ତ୍ତନ ହେବ ନାହିଁ ଏବଂ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି।

hiranchal ad1
Leave A Reply

Your email address will not be published.

3 × three =