ନୂଆଗାଁ ବ୍ଲକରେ ଖୋଲିଲା ସ୍କୁଲ

0 56

ନୂଆଗାଁ : ନୂଆଗାଁ ବ୍ଲକ ମଧ୍ୟରେ ଥିବା ପ୍ରାଥମିକ ବିଦ୍ୟାଳୟ,ଉଚ୍ଚ ବିଦ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଧ୍ୟରେ ଆଜି ସକାଳୁଆ ବିଦ୍ୟାଳୟ ଆରମ୍ଭ ହୋଇଯାଇଛି । ଛାତ୍ରଛାତ୍ରୀ ଅତି ଖୁସି ମନରେ ବିଦ୍ୟାଳୟକୁ ମାଡି ଆସିଥିଲେ ପାଠ ପଢିବା ପାଇଁ । ଆଜି ଅଧିକାଂଶ ବିଦ୍ୟାଳୟରେ ପୂର୍ଣ୍ଣ ଛାତ୍ର ଛାତ୍ରୀ ଉପସ୍ଥିତ ଥିବାର ସୂଚନା ମିଳିଛି । ସୂଚନା ମୁତାବକ ଆଜି ସମୁଦାୟ ୭୨୪୬ ପିଲା ବିଦ୍ୟାଳୟକୁ ଆସିଥିବା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି । ନୂଆଗାଁ ଆଦର୍ଶ ବିଦ୍ୟାଳୟ ମଧ୍ୟରେ ନୂତନ କରି ନାମ ଲେଖାଇ ଥିବା ଷଷ୍ଠ ଶ୍ରେଣୀ ଛାତ୍ର ଛାତ୍ରୀ ପ୍ରବେଶ କରିଥିଲେ । ତାଙ୍କୁ ବିଦ୍ୟାଳୟ ତରଫରୁ ଫୁଲ ଚନ୍ଦନ ଦେଇ ସ୍ୱାଗତଂ କରାଯାଇଥିଲା । ଗ୍ରୀଷ୍ମ ପ୍ରବାହ ଜାରି ରହିଥିଲେ ମଧ୍ୟ ଆଜି ଆଗ୍ରହର ସହିତ ବିଦ୍ୟାଳୟ ଆରମ୍ଭ ହୋଇଥିଲା । ସକାଳୁ ପିଲା ଖୁସି ମନରେ ଆସିଥିଲେ ମଧ୍ୟ ଫେରିବା ବେଳେ ପ୍ରବଳ ଗୁଳୁଗୁଳି ପିଲାଙ୍କୁ କଷ୍ଟ ଦେଇଥିବାର ସୂଚନା ମିଳିଅଛି ।

hiranchal ad1
Leave A Reply

Your email address will not be published.

3 + 2 =