ସିନାପାଲି ଥାନାଧିକାରୀଙ୍କୁ ବିଦାୟ ସମ୍ୱର୍ଦ୍ଧନା

0 173

ନୂଆପଡ଼ା : ନୂଆପଡା ଜିଲ୍ଲା ସିନାପାଲି ଥାନା ଅଧିକାରୀ ଡମ୍ୱରୁଧର ପ୍ରଧାନଙ୍କ ବିଦାୟୀକାଳୀନ ସମ୍ୱର୍ଦ୍ଧନା ସଭା ରବିବାର ଅନୁଷ୍ଠିତ ହୋଇଯାଇଛି । ସିନାପାଲି ଥାନା ଏସଆଇ ଗୌରୀଶଙ୍କର ଦାସ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ଖଡିଆଳ ଏସଡିପିଓ ଅରୁପ ଅଭିଷେକ ବେହେରା ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଖଡିଆଳ ଥାନା ଅଧିକାରୀ ଅନିରୁଧ ମୁଦୁଲି, ବୋଡେନ ଥାନା ଅଧିକାରୀ ଗୋବିନ୍ଦ ମାଝି, ପୂର୍ବତନ ବୋଡେନ ଥାନା ଅଧିକାରୀ ସୁଦର୍ଶନ ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ସଭାରେ ସିନାପାଲି ଥାନା ଅଧିକାରୀ ଡମ୍ୱରୁଧର ପ୍ରଧାନଙ୍କୁ ବିଦାୟୀକାଳୀନ ସମ୍ୱର୍ଦ୍ଧନା ଦିଆଯାଇଥିବା ବେଳେ ତାଙ୍କ କାର୍ଯ୍ୟକୁ ନେଇ ମଞ୍ଚାସୀନ ଅତିଥି ନିଜ ନିଜ ମତ ପ୍ରକାଶ କରି ପ୍ରସଂଶା କରିଥିଲେ । ଏହି ସଭାରେ ସିନାପାଲି ଥାନା ଏସଆଇ ହରେକୃଷ୍ଣ ଜାନି, ଅନିତା ଜାନି, ଏଏସଆଇ ରାମେଶ୍ୱର ବାଗ, ବୋଡେନ ଏସଆଇ କୁଲମଣି ବରୋଦା, ପୁର୍ବତନ ସିନାପାଲି ବନାଞ୍ଚଳ ଅଧିକାର ବିମଲ ପ୍ରକାଶ ଟୋପ୍‌ନୋ, ସିନାପାଲି ବନାଞ୍ଚଳ ଅଧିକାର ମୁରାରୀ ପ୍ରସାଦ ପଣ୍ଡା, ସିନାପାଲି ସଦର ସମିତିସଭ୍ୟ ମନିଶ ପଟେଲ, ସିନାପାଲି ବିଜେଡି ସଭାପତି ଗରୁଡଧ୍ୱଜ ବେହେରା, ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଶ୍ରୀମାନ ସାହୁ, ଡାକ୍ତର ଭୈରବ ପାଣିଗ୍ରାହୀ, ପୁଲିସ କନେଷ୍ଟବଳ ସୁଜିତ ସାମନ୍ତରାୟ, ସିନାପାଲି ସାମ୍ୱାଦିକ ସଂଘ ସଭାପତି ଅଜିତ କୁମାର ଯୋଶୀ ତଥା ଅନ୍ୟାନ୍ୟ ଗଣମାଧ୍ୟମ ପ୍ରତିନିଧି ସହ ଅନେକ ବିଭାଗୀୟ ଅଧିକାରୀ କର୍ମଚାରୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

5 × 3 =