ପୁନରୁଦ୍ଧାର ହୋଇପାରୁନାହିଁ ସୀତା ସାଗର

0 99

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ କୃଷ୍ଣ ସାଗର,ସୀତାସାଗର,ରାଧା ସାଗର, ରାମସାଗର, ଭଳି ବିଭିନ୍ନ ସାଗର ମହାରାଜାଙ୍କ ଅମଳରେ ଖନନ କରାଯାଇ ଥିଲା ।ଯାହାଫଳରେ ଚାଷୀ ଜଳ ପାଇ ପାରିବେ ଚାଷ ସୁଗମ ହେବ ।ଚାଷୀ ଯାହା ଦ୍ୱାରା ସୁନାର ଫସଲ କରି ପାରିବା ଲକ୍ଷରେ କରାଯାଇ ଥିଲା ।ବର୍ତ୍ତମାନ ସେହି ସାଗର ଗୁଡିକର ରକ୍ଷଣା ବେକ୍ଷଣ ଅଭାବରୁ ତାହା ପରିଷ୍କାର କରିବା ତ ଦୂରର କଥା ପୁନରୁଦ୍ଧାର ମଧ୍ୟ ହୋଇ ପାରୁନାହିଁ ।ଯାହା ଫଳରେ ଚାଷୀ ଜଳ ପାଇବା କଷ୍ଟସାଧ୍ୟ ହୋଇ ପଡୁଛି ।ଏପରିକି କେନାଲ ମଧ୍ୟ ସଫା ହୋଇପାରୁନ ଥିବାରୁ ଚାଷୀ ଜଳ ପାଇ ପାରୁନଥିବା ଅଭିଯୋଗ ହେଉଛି ।କ୍ଷୁଦ୍ର ଜଳ ସେଚନ ବିଭାଗ ତରଫରୁ ଚାଷୀଙ୍କ ସକାଶେ ବିଭିନ୍ନ ଯୋଜନା ମାନ ରହିଛି ।ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କାର ଅନୁଦାନ ଆସୁଥିବା ବେଳେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସକାଶେ ତାହା କେତେ ଫଳପ୍ରଦ ହେଉଛି ତାହା ଚାଷିକୂଳ ହିଁ ତାର ଉତ୍ତର ଦେଇ ପାରିବେ । ବିଭାଗ ତରଫରୁ ଚେକଡେମ, କେନାଲ ପ୍ରଭୃତି ନିର୍ମାଣ କରାଯାଉଛି ।ତାହା କେତେ ଦୂର ସଫଳ ହୋଇପାରିଛି ଏବଂ ଚାଷୀ ଚାଷ ଜମିକୁ ଜଳସେଚନ ପାଇ ପାରୁଛି । ଚାଷୀ ହିଁ କହି ପାରିବେ । କ୍ଷୁଦ୍ରଜଳ ସେଚନ ବିଭାଗ ଅଧିନରେ ସୀତା ସାଗର ରହି ଥିବା ବେଳେ ଦୀର୍ଘ ବର୍ଷ ହେଲା ଏହାର ପୁନରୁଦ୍ଧାର ହୋଇପାରୁ ନାହିଁ କି ସଫା ମଧ୍ୟ କରା ଯାଉନାହିଁ ଯାହା ଫଳରେ ଚାଷୀ ଚାଷ ସକାଶେ ବିଭିନ୍ନ ସମୟରେ ଜଳ ପାଇବା କଷ୍ଟସାଧ୍ୟ ହେଉଛି । ବର୍ତ୍ତମାନ ପାଣି ପଞ୍ଚାୟତ ନଥିବା ଯୋଗୁଁ ଚାଷୀଙ୍କର ସମସ୍ୟାର ସମାଧାନ ହୋଇ ପାରୁନଥିବା ଅଭିଯୋଗ ହେଉଛି ।ଏପରି କି କେନାଲ ସଫା ହୋଇ ପାରୁନ ଥିବା ଅଭିଯୋଗ ହେଉଛି ।ଏପରି ନୂତନ କେନାଲ ମଧ୍ୟ ନିର୍ମାଣ ହୋଇ ପାରୁନଥିବା ଅଭିଯୋଗ ହେଉଛି । ଚାଷୀ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇଲେ ମଧ୍ୟ ସୁଫଳ ପାଇ ପାରୁନଥିବାଅଭିଯୋଗ ହେଉଛି ।

hiranchal ad1
Leave A Reply

Your email address will not be published.

4 − 2 =