ପ୍ରିଣ୍ଟିଂ ମିଲରେ ଗ୍ୟାସ୍ ଲିକ୍, ୬ ମୃତ

0 78

ସୁରତ : ଗୁଜୁରାଟର ସୁରଟରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏକ ପ୍ରିଣ୍ଟିଂ ମିଲରେ କେମିକାଲ୍ ଲିକ୍ ହେତୁ ୬ ଜଣ କର୍ମଚାରୀ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାରେ ୨୦ ରୁ ଅଧିକ ଲୋକଙ୍କ ଅବସ୍ଥା ଗୁରୁତର ରହିଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ସ୍ଥାନୀୟ ପୋଲିସକୁ ଦିଆଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

hiring

ସୂଚନା ଅନୁଯାୟୀ, ମିଲ୍ ନିକଟରେ ଥିବା ଏକ ଡ୍ରେନରେ ଜଣେ ଟ୍ୟାଙ୍କର ଡ୍ରାଇଭର କେମିକାଲ୍ ଢାଳୁଥିଲେ। ଏହି ସମୟରେ ସେଥିରୁ ଏକ ବିଷାକ୍ତ ଗ୍ୟାସ୍ ଲିକ୍ ହେବାକୁ ଲାଗିଲା। ପ୍ରିଣ୍ଟିଂ ମିଲର ଶ୍ରମିକମାନେ ମଧ୍ୟ ଏଥିରେ ପ୍ରଭାବିତ ହୋଇଥିଲେ। ଲୋକମାନେ ପରିସ୍ଥିତିକୁ ବୁଝିବା ବେଳକୁ ପାଞ୍ଚ ଜଣ ପ୍ରାଣ ହରାଇ ସାରିଥିଲେ। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛି।

ଡାକ୍ତରଖାନାର ଦାୟିତ୍ୱରେ ଥିବା ଓଙ୍କାର ଚୌଧୁରୀ କହିଛନ୍ତି ସୁରଟର ସଚିନ୍ ଜିଆଇଡିସି ଅଞ୍ଚଳରେ ଏକ କମ୍ପାନୀରେ ଗ୍ୟାସ୍ ଲିକ୍ ହେତୁ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ସିଭିଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

hiranchal ad1
Leave A Reply

Your email address will not be published.

5 × 3 =