ସାପ କାମୁଡ଼ାରେ ମହିଳା ଗୁରୁତର,ବିଷ ଟାଣିବାକୁ ଯାଇ ଜଣେ ବ୍ୟକ୍ତି ଗୁରୁତର

0 77

ବାଲିଗୁଡ଼ା: ଶିଆଳି ପତ୍ର ତୋଳୁଥିବା ବେଳେ ସାପ କାମୁଡାରେ ମହିଳା ଗୁରୁତର । ବିଷ ଟାଣିବାକୁ ଯାଇ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର । ଉଭୟେ ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସିନ୍ଦ୍ରିଗାଁ ପଞ୍ଚାୟତର ସାପାକାମ୍ପା ଗାଁ ରେ ଘଟିଛି ଏଭଳି ଘଟଣା । ସୂଚନା ପ୍ରକାରେ ଆଜି ସାପାକାମ୍ପା ଗ୍ରାମର ଶ୍ରାବଣୀ ବିନ୍ଧାଣୀ ନିକଟସ୍ଥ ଜଙ୍ଗଲକୁ ଶିଆଳି ପତ୍ର ସଂଗ୍ରହ କରିବାକୁ ଯାଇଥିଲେ । ପତ୍ର ସଂଗ୍ରହ କରୁଥିବା ସମୟରେ ଗଛରେ ଥିବା ଏକ ବିଷଧର ସାପ ଶ୍ରବଣୀଙ୍କ ଡାହାଣ ହାତ ପାପୁଲିକୁ କାମୁଡ଼ି ଦେଇଥିଲା । ଫଳରେ ଶ୍ରାବଣୀ ଗୁରୁତର ହୋଇପଡ଼ିଥିଲେ । ଏହାପରେ ସେହି ଅଞ୍ଚଳର ବଣ୍ଡା ପ୍ରଧାନ ନାମକ ଜଣେ ବ୍ୟକ୍ତି ଶ୍ରବଣୀଙ୍କ ବିଷ ଟାଣି ନିଜେ ଗୁରୁତର ହୋଇପଡ଼ିଥିବା ଜଣାପଡ଼ିଛି । ଏହାପରେ ପରିବାର ଲୋକେ ଉଭୟଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି ।

hiranchal ad1
Leave A Reply

Your email address will not be published.

fifteen − eleven =