ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବରେ ସାମାଜିକ ବାର୍ତ୍ତା ପ୍ରଦାନ

0 90

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ବଲସକୁମ୍ପା କ୍ଳଷ୍ଟରର ବାରିକୁମ୍ପା ଅପର ପ୍ରାଇମେରୀ ବିଦ୍ୟାଳୟ ଠାରେ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବଅନୁଷ୍ଠିତ ହୋଇଯାଇଛି l ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଇଓ ବିନୋଦ ବିହାରୀ ଦିଗାଲ ଯୋଗ ଦେଇଥିବା ବେଳେ ସଂମ୍ମାନିତ ଅତିଥି ଭାବେ ଶ୍ରୀମତୀ ଏବିଈଓ ଜୋଛନା ରାଣୀ ମଲ୍ଲିକ, ଏବିଈଓ ନାରସୁ କହଁର, ପ୍ରଧାନ ଶିକ୍ଷକ ସୁର ପ୍ରସାଦ ନାୟକ, ସଭାପତି ତଥା ପ୍ରଧାନ ଶିକ୍ଷକ ଶ୍ରୀମତୀ ସୁଚିତ୍ରା ଦିଗାଲ ପ୍ରମୁଖଙ୍କ ଉପସ୍ଥିତିରେ ଅବସର ପ୍ରାପ୍ତ ଛନ୍ଦୁରୁ ପଦର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଦାନନ୍ଦ ବେହେରା ଏବଂ ଖଲି ଗୁଡରୀ ଉପ୍ରା ବିଦ୍ୟାଳୟର ଅବସର ପ୍ରାପ୍ତ ସହ ଶିକ୍ଷକ ନୀଳମାଧବ ମହାପାତ୍ରଙ୍କୁ ପୁଷ୍ପ ଗୁଚ୍ଛ ବଦଳରେ ପୁଷ୍ପ ଗଛ ପ୍ରଦାନ କରି ଏକ ସାମାଜିକ ବାର୍ତ୍ତା ପ୍ରଦାନ କାରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସ୍ଵର୍ଣ୍ଣପ୍ରଭା ମହାରଣାଙ୍କ ସମେତ ସୁଧାଂଶୁ ଶେଖର ମିଶ୍ର, ଅନିଲ କୁମାର ପ୍ରଧାନ, ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ବେହେରା, ଯଦୁ ମଣି ବାରିକ, ଶ୍ରୀମତୀ କ୍ରିଷ୍ଣା କଲ୍ୟାଣୀ ହୋତା, ମନୋଜ କୁମାର ଗୋଛି ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ସହଯୋଗ କରିଥିଲେ l ଏହି ଅବସରରେ ଅବସର ପ୍ରାପ୍ତ ଶିକ୍ଷକଙ୍କୁ ଉପହାର ସହ ଅବସର କାଳୀନ ମାନପତ୍ର ପ୍ରଦାନ କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ବାରିକୁମ୍ପା ସ୍କୁଲ ଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ ଓ ଶ୍ରୀମତୀ ରାଣୀ ରଶ୍ମିତା ନାୟକଙ୍କ ଦ୍ଵାରା ସଙ୍ଗୀତ ପରିବେଷଣ କରାଯାଇଥିଲା l ଶ୍ରୀମତୀ ସ୍ଵର୍ଣ୍ଣ ପ୍ରଭା ବେହେରାଙ୍କ ଦ୍ଵାରା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ତାଙ୍କର ଚାକିରି ଜୀବନ କିପରି କଟିଛି ସେସମ୍ବନ୍ଧରେ ସୂଚନା ଦେଇଥିଲେ l ଯାହା କି ଅନ୍ୟ ଶିକ୍ଷକ ମାନଙ୍କ ପାଇଁ ନିଶ୍ଚୟ ପ୍ରେରଣା ଯୋଗାଇବ ବୋଲି ସି ଆର ସିସି ସ୍ଵର୍ଣ୍ଣ ପ୍ରଭା ମହାରଣା କହିଥିଲେ l ଏହି କାର୍ଯ୍ୟକ୍ରମକୁ ବଲସକୁମ୍ପା କ୍ଳଷ୍ଟରର ସମସ୍ତ୍ ଶିକ୍ଷକ ଶିକ୍ଷୟିତ୍ରୀ ଓ ବାରିକୁମ୍ପା କ୍ଳଷ୍ଟରର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ଦିଗାଲ ଧନ୍ଯବାଦ ଅର୍ପଣ କରି ସଭା ଭଙ୍ଗ କରିଥିଲେ l

hiranchal ad1
Leave A Reply

Your email address will not be published.

8 + twenty =