ସୁବର୍ଣ୍ଣପୁର ଜିଲ୍ଲାରେ ରାଜନୈତିକ ପରିବେଶ ସରଗରମ: ବିଜେଡି ରଖିବ ବିକାଶ ପ୍ରସଙ୍ଗ, ଦୁର୍ନୀତିକୁ ପ୍ରସଙ୍ଗ କରିବେ ବିଜେପି ଓ କଂଗ୍ରେସ

0 176

ସୁବର୍ଣ୍ଣପୁର,୧୫/୧: – ରାଜ୍ୟ ନିର୍ବାଚନ ଆୟୋଗ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିବା ପରେ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ରାଜନୈତିକ ପରିବେଶ ସରଗରମ ହୋଇଉଠିଛି । ଏହି ନିର୍ବାଚନ ଜରିଆରେ ଜିଲ୍ଲାର ଭୋଟର ତୃଣମୂଳ ସ୍ତରରେ ସେମାନଙ୍କର ନେତା ବାଛିବେ । ବିଜେଡିକୁ ଟକ୍କର ଦେବା ସ୍ଥିତିରେ ବିଜେପି ରହିବ । ୨୦୧୭ ପଞ୍ଚାୟତ ନିର୍ବାଚନ ତୁଳନାରେ ଜିଲ୍ଲା ବିଜେପିର ଭୋଟ ପ୍ରତିଶତ ବଢ଼ିବ ନା ଦଳ ପୁଣି ପୁରୁଣା ଟ୍ରାକ୍‌କୁ ଫେରିଯିବ । ସର୍ବୋପରି ପୂର୍ବ ପଞ୍ଚାୟତ ବା ସାଧାରଣ ନିର୍ବାଚନ ତୁଳନାରେ କଂଗ୍ରେସର ପ୍ରଦର୍ଶନ କିଭଳି ରହିବ ତାହା ମଧ୍ୟ ଲୋକଙ୍କ ଉତ୍ସୁକତା ବଢେଇ ଦେଇଛି କାରଣ କଂଗ୍ରେସ ଉପରୁ ଯେଭଳି ଲୋକେ ମୁହଁ ଫେରେଇ ନେଇଛନ୍ତି ସେଥିରେ ପୁଣି ଯେ ଏତେଶୀଘ୍ର ପଟ୍ଟ ପରିବର୍ତ୍ତନ ହୋଇ ଏକ ସମ୍ମାନ ରଖିବା ସ୍ଥିତିକୁ ଚଳିତ ନିର୍ବାଚନରେ ଫେରିପାରିବ ଏଥିରେ ଭୋଟର ସନ୍ଧିଆନ ଅଛନ୍ତି । ତଥାପି ରାଜନୀତିରେ ସବୁସମ୍ଭବ ଯେହେତୁ ଏସବୁକୁ ନେଇ ମଧ୍ୟ ରାଜନୈତିକ ମହଲରେ ଅଙ୍କକଷା ଆରମ୍ଭ ହୋଇଯାଇଛି । ଜିଲ୍ଲାରେ ୨ ଗୋଟି ବିଧାନସଭା ଆସନ ଯଥା ସୋନପୁର ଓ ବୀରମହାରାଜପୁର ଆସନ ଶାସକ ବିଜେଡି ଦଳ ହାତେଇଥିବା ବେଳେ ବର୍ତ୍ତର୍ମାନ ସ୍ଥିତିରେ ଜିଲ୍ଲାରେ ବିଜେଡି ନିର୍ବାଚନ ପ୍ରସ୍ତୁତିରେ ଢେର ଆଗରେ ମଧ୍ୟ ରହିଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରି ଯୋଜନା ସ୍ୱାସ୍ଥ୍ୟ (ସ୍ମାର୍ଟ କାର୍ଡ ) ଶିକ୍ଷା ( ସ୍ମାର୍ଟ କ୍ଲାସ ରୁମ ) ସମସ୍ତଙ୍କ ପାଇଁ ପାନୀୟ ଜଳ ଯୋଗାଣ ଭଳି ଜନପ୍ରିୟ ଯୋଜନାକୁ ପ୍ରସଙ୍ଗ କରି ସ୍ଥାନୀୟ ନେତାମାନେ ନିର୍ବାଚନ ଲଢିବେ । ସରକାରଙ୍କ କାର୍ଯ୍ୟକ୍ରମକୁ ଆୟୁଧକରି ଶାସକ ଦଳ ପଞ୍ଚାୟତ ନିର୍ବାଚନକୁ ଏକତରଫା ହାତେଇ ନେବା ଲକ୍ଷ୍ୟରେ ରହିଛି । ଜିଲ୍ଲାର ପ୍ରତିପକ୍ଷ ଦଳର ଟାଣୁଆ ନେତାଙ୍କୁ ଦଳରେ ସାମିଲ କରିବା, ଶାସକ ଦଳର ଏଭଳି ପ୍ରସ୍ତୁତି ସତ୍ୱେ ବିରୋଧୀଙ୍କ ପାଖରେ ଅନେକ ଅସ୍ତ୍ର ରହିଛି, ଯାହାକୁ ପ୍ରୟୋଗ କରି ସେମାନେ ସରକାରୀ ଦଳକୁ ଧରାଶାୟୀ କରିପାରିବେ କି ନାହିଁ ତାହା ଦେଖିବାକୁ ବାକି ରହିଲା । କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, କୃଷି ଯୋଜନାକୁ ଆୟୁଧ କରିବା ସହ ରାଜ୍ୟ ସରକାରଙ୍କ ଧାନ କିଣା ଅବ୍ୟବସ୍ଥା, ମମିତା ମେହେର ଭଳି ନାରୀ ନିର୍ଯ୍ୟାତନା ଏବଂ ଜିଲ୍ଲାରେ ଆବାସ ଯୋଜନା , ପାଇଖାନା ଦୁର୍ନୀତି, ସରକାରୀ ଯୋଜନାରେ ଦୁର୍ନୀତି ଭଳି ଅନେକ ପ୍ରସଙ୍ଗ ରହିଛି । ଏସବୁ ପ୍ରସଙ୍ଗକୁ ଧରି ସରକାର ବିରୋଧରେ ବିଜେପି ଓ କଂଗ୍ରେସ ପ୍ରସ୍ତୁତ ହେଉଥିବା ଜଣାପଡୁଛି । ଏହି ନିର୍ବାଚନର ସଫଳତା ଓ ବିଫଳତା ଉପରେ ଜିଲ୍ଲାର ବିଜେଡି ସାଂସଦ ଓ ବିଧାୟକ ମାନେ ଶ୍ରେଷ୍ଠ ପ୍ରଦର୍ଶନ ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ କରିବାରେ ଲାଗିଛନ୍ତି । ଚଳିତ ନିର୍ବାଚନରେ ଜିଲ୍ଲାର ସମସ୍ତ ଜୋନରେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢେଇ ହେବାର ସମ୍ଭାବନା ରହିଛି । କିନ୍ତୁ ଗତ ସାଧାରଣ ନିର୍ବାଚନର ସ୍ଥିତି ଦେଖିଲେ ଚଳିତ ପଞ୍ଚାୟତ ନିର୍ବାଚନ ବିଜେଡି ବିଜେପି ମଧ୍ୟରେ କଡା ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଜଣାପଡୁଛି । ଚଳିତ ପଞ୍ଚାୟତ ନିର୍ବାଚନରେ ଶାସକଦଳ ଜିଲ୍ଲାର ସମସ୍ତ ଜିଲ୍ଲା ପରିଷଦ ଆସନ ହାତେଇବା ପାଇଁ ଜୋରଦାର ପ୍ରୟାସ ଜାରି ରଖିଛି । ଜିଲ୍ଲା ପରିଷଦ ଆସନ ବ୍ୟତୀତ ସୋନପୁର ଜିଲ୍ଲାର ପ୍ରତ୍ୟେକ ବ୍ଲକର ଅଧ୍ୟକ୍ଷ ପଦ ମଧ୍ୟ ନେଇ ପ୍ରମୁଖ ବିରୋଧୀ ଦଳକୁ ଚକମା ଦେଖାଇବା ଉଦ୍ଦେଶ୍ୟ ନେଇ ଜିଲ୍ଲାର ଉଭୟ ମନ୍ତ୍ରୀ ଅଣ୍ଟା ଭିଡୁଥିବା ଦେଖାଯାଇଛି । ହେଲେ ଏସମସ୍ତ ବିଷୟରେ ରାଜନୈତିକ ସମୀକ୍ଷକଙ୍କ ତୀକ୍ଷଣ ନଜର ରହିଛି । ସେହିପରି ଜିଲ୍ଲାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଗୁଡିକର ସରପଞ୍ଚ ଓ ସମିତି ସଭ୍ୟ / ସଭ୍ୟା ତଥା ୱ ।ର୍ଡ଼ମେମ୍ବର ପାଇଁ ତୃଣମୂଳ ସ୍ତରରେ କଡ଼ । ମୁକାବିଲା ହେବ ବୋଲି ସାଧାରଣରେ ଆଲୋଚନା ହେଉଛି ।

hiranchal ad1
Leave A Reply

Your email address will not be published.

18 − 1 =