ସୁବର୍ଣ୍ଣପୁରରେ ଚତୁର୍ଦ୍ଧାମୂର୍ତ୍ତିଙ୍କର କଳ୍କୀ ଅବତାର

0 70

ସୁବର୍ଣ୍ଣପୁର,୨୭/୬ – ଅଷ୍ଟବିଷ୍ଣୁଙ୍କ ପୀଠ ଦ୍ୱିତୀୟବାରଣାସୀ ସୁବର୍ଣ୍ଣପୁରର ଗୁଣ୍ଡିଚାମନ୍ଦିର ଆଡ଼ପମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି ଆଜି କଳ୍କୀ ଅବତାରରେ ଦର୍ଶନ ଦେଉଛନ୍ତି । ଶ୍ରୀମଦ୍‌ ଭାଗବତ ଓ କଳ୍କୀ ପୁରାଣ ଅନୁଯାୟୀ ଭଗବାନ ବିଷ୍ଣୁ ଏହି ଅବତାର କଳିଯୁଗର ଅନ୍ତସମୟ ଓ ସତ୍ୟଯୁଗର ଅୟମାରମ୍ଭରେ ତଥା ସନ୍ଧି କାଳ ହୋଇଥିବ ସେହି ସମୟରେ ନେବେ ବୋଲି ଉଲ୍ଲେଖ ରହିଥିବା ଜଣାଯାଏ । ଏହି ଦୁର୍ଲ୍ଲଭବେଶର ଦର୍ଶନ କରିବା ତଥା ଆଜି ଘୋଷଯାତ୍ରା ସମୟରେ ଜଗତରନାଥ ଜଗନ୍ନାଥଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ କରିବାର ଶେଷଦିନ ହୋଇଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ନାହିଁନଥିବା ଉତ୍ସାହ ପରିଲକ୍ଷିତ ହୋଇଥିଲା । ହିନ୍ଦୁଧର୍ମର ମାନ୍ୟତା ଅନୁଯାୟୀ ଜଗତରନାଥ ଜଗନ୍ନାଥଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ କଲେ କୋଟିଜନ୍ମର ପାପ ନାଶ ଯାଇଥାଏ ବୋଲି ମଧ୍ୟ ବିଶ୍ୱାସ ରହିଛି । ତେଣୁ ଆଜି ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ନଚେତ୍‌ ଆଉ ଗୋଟାଏ ବର୍ଷ ଅପେକ୍ଷା କରିବାକୁ ହେବ ମହାପ୍ରଭୁଙ୍କ ଏହି ଦିବ୍ୟ ଅବତାର ବା ଲୀଳା ରଚନାର ସାନ୍ନିଧ୍ୟ ଟିକକ ପାଇବା ପାଇଁ । ଏହି ବିଶ୍ୱାସରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଛୁଟି ଆସିଥାନ୍ତି ଶ୍ରୀଜିଉଙ୍କର ଟିକିଏ ଏହି ସମୟର ଆଶିଷ ଲାଭ କରି ନିଜକୁ ଅତି ଭାଗ୍ୟବାନ ମନେକରିବା ପାଇଁ ।

hiranchal ad1
Leave A Reply

Your email address will not be published.

17 − 12 =