ବିନିକା ଥାନାରେ ଆମ ପୁଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ

0 65

ସୁବର୍ଣ୍ଣପୁର,୧୯/୪- ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସଭାଗୃହ ଠାରେ ଆଜି ପୁଲିସ ଓ ଜନସାଧରଣଙ୍କ ସୁସମ୍ପର୍କକୁ ନେଇ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ପବିତ୍ର ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପୁଲିସ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଦୁର୍ଘଟଣା ହ୍ରାସ ପାଇଁ ସବୁବେଳେ ସିଟ୍‌ ବେଲଟ୍‌ ଓ ହେଲମେଟ ପିନ୍ଧିବାକୁ ପରାମର୍ଶ ଦେଇଥିଲେ ।ସେହିପରି ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ପାଇଁ ରାସ୍ତାରୋକ ଯେପରି ନହେବ ସେଦିଗରେ ସଚେତନତା ଅବଲମ୍ବନ କରିବା, ମୁଖ୍ୟରାସ୍ତା ହେଉକି ଜନଗହଳିପୂର୍ଣ୍ଣ ଛକ ମାନଙ୍କରେ ଥିବା ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ଶିକ୍ଷାନୁଷ୍ଠାନ, ବେସରକାରୀ ସଂସ୍ଥା ଆଦି ସ୍ଥାନ ମାନଙ୍କରେ ପୁଲିସକୁ ସୂଚନା ଦେବା ପାଇଁ ନମ୍ୱର ଜାରି, ସିସିଟିଭିର ବ୍ୟବସ୍ଥା ଆଦି ଉପରେ ଗୁରୁତ୍ତ୍ୱ ଦେବାକୁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ନିହାର ରଞ୍ଜନ କହଁର, ଏନଏସି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଭୋଇ, ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ ଉପସ୍ଥିତ ଥିଲେ । ଏହି ଅବସରରେ ପେଟ୍ରୋଲିିଂ ପାଇଁ ପିସିଆର ଭ୍ୟାନ ବ୍ୟବସ୍ଥା, ମଦୁଆ ଗାଡ଼ି ଚାଳକଙ୍କୁ ସାବଡ କରିବା, କୁଚିଆମଦ ଭାଟି ଅନ୍ୟତ୍ର ସ୍ଥାନାନ୍ତର, କଲେଜ ଗେଟରେ ଟ୍ରାଫିକ ବ୍ୟବସ୍ଥା, ରାସ୍ତା ପାର୍ଶ୍ୱରେ ଭିଡ ନିୟନ୍ତ୍ରଣ, ପେଟ୍ରୋଲିଂକୁ କଡାକଡି ଆଦି ଉପରେ ପୁଲିସ ପ୍ରଶାସନ ଗୁରୁତ୍ତ୍ୱ ଦେବାକୁ ଦାବି ହୋଇଛି । ଏଥିରେ ବିନିକା ଥାନା ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ଓ ସାମ୍ବାଦିକ ଯୋଗଦେଇ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ । ସେହିପରି ଥାନା ସମ୍ମୁଖ ମୁଖ୍ୟ ରାସ୍ତାପାର୍ଶ୍ୱରେ ପୁଲିସ ପକ୍ଷରୁ ପଥିକଙ୍କ ତୃଷା ମେଣ୍ଟାଇବା ସକାଶେ ଜଳଛତ୍ରର ଶୁଭାରମ୍ଭ ହୋଇଥିଲା ।

hiranchal ad1
Leave A Reply

Your email address will not be published.

5 + 7 =