ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପ୍ରସ୍ତୁତ ଆଇସକ୍ରିମ ପାର୍ଲର ଓ ଏଗ୍ରିମଲର ଲୋକାର୍ପଣ କଲେ ଜିଲ୍ଲାପାଳ

0 50

ସୁବର୍ଣ୍ଣପୁର,୪/୩ :- ଏକ ଜିଲ୍ଲା ଏକ ଉତ୍ପାଦ ଭିତ୍ତିରେ ସୁବର୍ଣ୍ଣପୁର ଜିଲ୍ଳାରେ ଆମ୍ବ ଚାଷ ଓ ଆମ୍ବ ଉତ୍ପାଦନକୁ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି । ଚଳିତବର୍ଷ ଜିଲ୍ଲାରେ ୨୦ହଜାର ମେଟ୍ରିକ ଟନ ଆମ୍ବ ଉତ୍ପାଦନ କରାଯାଇ ତାର ସଫଳ ପ୍ରକ୍ରିୟାକରଣ ପୂର୍ବକ ଆମ୍ବ ଆଇସକ୍ରିମ ପ୍ରସ୍ତୁତ କରାଯାଇ ଏକ ସୁ-ବ୍ୟବସ୍ଥିତ ଢଙ୍ଗରେ ବଜାରୀ କରଣ କରାଯାଇପାରିଛି । ଏହାକୁ ସଫଳ ଏବଂ ଭବିଷ୍ୟତ ଦୃଢ଼ୀଭୂତ ବଜାର ନିମନ୍ତେ ଜିଲ୍ଳା ମିଶନ ଶକ୍ତିଦ୍ୱାରା ଗଠିତ ସୁବର୍ଣ୍ଣା ଶ୍ରୀ ଉତ୍ପାଦକ କମ୍ପାନୀ ତତ୍ୱାବଧାନରେ ରାଧାକୃଷ୍ଣ ମହିଳା ଗୋଷ୍ଠୀ ଦ୍ୱାରା ଆମ୍ବ ଆଇସକ୍ରିମର ସଫଳ ବଜାରୀକରଣ ନିମନ୍ତେ ଆବଶ୍ୟକ ସୁବ୍ୟବସ୍ଥା ଓ ପରିଚାଳନା କରାଯାଉଛି । ପୁନଶ୍ଚ ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧି ସହ ଜିଲ୍ଲାରେ ମାଁ ମାନଙ୍କୁ ଆର୍ଥିକ ସମୃଦ୍ଧି ତଥା ଆତ୍ମନିର୍ଭର ଲକ୍ଷ୍ୟରେ ଆଜି ସୋନପୁର ସହର ସ୍ଥିତ ବ୍ଲକଛକ ମିଶନ ଶକ୍ତି ଗୃହ ଠାରେ ଏକ ବ୍ୟବସ୍ଥିତ ଆଇସକ୍ରିମ ପାର୍ଲର ସର୍ବସାଧାରଣଙ୍କୁ ଉପଲବ୍ଧ କରାଇବା ନିମନ୍ତେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଉଦଘାଟନ କରିଛନ୍ତି । ଏହି ଆଇସକ୍ରିମ ପାର୍ଲରରେ ଶତପ୍ରତିଶତ ପ୍ରାକୃତିକ ପ୍ରସ୍ତୁତ ଷ୍ଟ୍ରବେରୀ, ଗ୍ୱ ।ଭା, କଷ୍ଟାର୍ଡ ଓ ଆମ୍ବର ସମସ୍ତ ପ୍ରକାରର ଆଇସକ୍ରିମ ସୁଲଭ ମୂଲ୍ୟରେ ଉପଲବ୍ଧ ରହିଛି । ପୁନଶ୍ଚ ଜିଲ୍ଲାର ଜନସାଧାରଣଙ୍କୁ କୃଷିଜାତଦ୍ରବ୍ୟରୁ ପ୍ରସ୍ତୁତ ଶତପ୍ରତିଶତ ପ୍ରାକୃତିକ ଉତ୍ପାଦର ଉପଲବ୍ଧତା ତଥା ଜିଲ୍ଲାର କୃଷକ ଓ କୃଷି ଉତ୍ପାଦକଙ୍କୁ ବ୍ୟବସ୍ଥିତ ଓ ସୁ ନିଶ୍ଚିତ ବଜାରୀକରଣ ନିମନ୍ତେ ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଆଜି ସ୍ଥାନୀୟ ସୁରେଶ୍ୱରୀମନ୍ଦିର ପ୍ରବେଶ ପଥ ସମ୍ମୁଖ ପାଖରେ ଜିଲ୍ଲା ଓରମାସ ଏବଂ ମିଶନ ଶକ୍ତିର ଏଗ୍ରିମଲ କୁ ମଧ୍ୟ ଜିଲ୍ଲାପାଳ ଉଦଘାଟନ କରି ଲୋକାର୍ପଣ କରିଛନ୍ତି । କୃଷିଜାତରୁ ପ୍ରସ୍ତୁତ ଉତ୍ପାଦ ଜିଲ୍ଲାର ଅନ୍ୟମାନଙ୍କୁ ରୋଜଗାର ଓ ଆର୍ଥିକ ସ୍ୱଚ୍ଛଳ କରିବା ସହ ପ୍ରେରଣାଦାୟୀ ହୋଇପାରିବ । ଏହି ଉଦଘାଟନ ଅବସରରେ ସିଡିଓ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ନିହାର ରଞ୍ଜନ କଁହର, ଜି ଏମ ଡି ଆଇ ବଳଭଦ୍ର ନାୟକ, ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ହୃଷିକେଶ ଦାଶ, ଡେପୁଟି ସି ଇ ଓ ଓରମାସ ଯୁବରାଜ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଡି ପି ଏମ ଫ୍ରାନସିସ ଲାକ୍ରା, ଓଡିପିସି ମିଶନ ଶକ୍ତି କାର୍ତ୍ତିକ ଚନ୍ଦ୍ର ନାୟକ ତଥା ଜିଲ୍ଳା ଉତ୍ପାଦକ ଗୋଷ୍ଠୀ ସୁବର୍ଣ୍ଣାଶ୍ରୀ, ବି ଲ ଏଫ ଓ ରାଧା କୃଷ୍ଣ ଏସଏଚଜିର ସଦସ୍ୟା ବୃନ୍ଦ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

10 + nine =