ତ୍ରିବେଣୀ ସଙ୍ଗମ ଠାରେ ବୁଡ଼ ପକାଇଲେ ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତା

0 149

ସୁବର୍ଣ୍ଣପୁର,୩୦/୫ – ରାମେଶ୍ୱର ସ୍ଥିତ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତା ମାନେ । ଆଜି ହେଉଛି ପବିତ୍ର ସୋମବତୀ ଅମାବାସ୍ୟା । ଏହି ଦିନ ସଙ୍ଗମ୍‌ ଘାଟରେ ବୁଡ଼ ପକାଇ ଭଗବାନ ଦେବ ଦେବ ମହାଦେବଙ୍କୁ ଦର୍ଶନକଲେ ମନସ୍କାମନା ପୁରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ଆଜି କର୍ମକର୍ତ୍ତା ମାନେ ବୁଡ଼ ପକାଇବା ପରେ ଯାଇ ବାବା ରାମେଶ୍ୱରଙ୍କ ପାଖରେ ଦୀପ ପ୍ରଜ୍ୱଳନ, ପୂଜାର୍ଚ୍ଚନା ଓ ମଙ୍ଗଳ ଆଳତୀ କରି ଜିଲ୍ଲାର ବିକାଶ କାର୍ଯ୍ୟ ସକାଶେ କାମନା କରିଥିଲେ । ବିଶ୍ୱାସ ରହିଛି ଏହି ଦିନ ସଙ୍ଗମ ସ୍ଥଳରେ ବୁଡ଼ ପକାଇବା ପରେ ଯୋଉ କାର୍ଯ୍ୟ ସକାଶେ କାମନା କରାଯାଇଥାଏ ତାହା ଅବିଳମ୍ବେ ଦେବଦେବ ମହାଦେବ ପୂରଣ କରିଥାନ୍ତି । ସେଥିପାଇଁ ଏହି ପବିତ୍ର ଭୂମିକୁ ଦେବଭୂମିରେ ପରିଣତ ସକାଶେ ଆବଶ୍ୟକ ରହିଥିବା ଭିତ୍ତିଭୂମିର ବିକାଶ ନିମନ୍ତେ ବାବା ରାମେଶ୍ୱରଙ୍କ ପାଖରେ ପ୍ରାର୍ଥନା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ସଚେତନ ନାଗରିକ ମଞ୍ଚର ସଭାପତି ଶୀତାଂଶୁ ଶେଖର ମିଶ୍ର ସମ୍ପାଦକ ଗୁଣନିଧି ମେହେରଙ୍କ ସମେତ ପୂର୍ବତନ ନଗରପାଳ ପ୍ରକାଶ ଚନ୍ଦ୍ର ସାହୁ, ପ୍ରଦୀପ ପୁରୋହିତ, ଦୁଃଖିରାମ ନାୟକ, ବିନୋଦ ମେହେର, ମହେଶ ପୂଜାହାରୀ, ବାଙ୍କାନିଧି ରାୟଗୁରୁ, ସଚିଦାନନ୍ଦ ଦାସ ,ସୂର୍ଯ୍ୟ ନାରାୟଣ ଦାସ,ନବଘନ ଷାଣ୍ଢ, ପଞ୍ଚାନନ ବାରିକ ପ୍ରମୁଖ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅବସରରେ ଭାଗ ନେଇଥିଲେ । ଏହି ଅବସରରେ ମଞ୍ଚର କର୍ମକର୍ତ୍ତା ମାନେ ଦୀପ ପ୍ରଜ୍ୱଳନ କରି ଶପଥ ନେଇଥିଲେ ଦୀପ ନିଜେ ଜଳି ଯେମିତି ଅନ୍ୟ ମାନଙ୍କୁ ଆଲୋକ ପ୍ରଦାନ କରିଥାଏ । ସେମିତି ସଚେତନ ନାଗରିକ ମଞ୍ଚ ମଧ୍ୟ ସେହି ପଥକୁ ଆପଣାଇନେବା ସକାଶେ ବଜ୍ର ଶପଥ ନେଇଥିଲେ ଯାହାକି ସଚେତନ ନାଗରିକ ମଞ୍ଚ କର୍ମକର୍ତ୍ତା ଙ୍କ ଏଭଳି ଉଦ୍ୟମକୁ ସର୍ବସାଧାରଣରେ ଖୁବ୍‌ ପ୍ରଶଂସା କରାଯାଇଛି ।

hiranchal ad1
Leave A Reply

Your email address will not be published.

ten − one =