ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ବିଭିନ୍ନ ପଦବୀପାଇଁ ବହୁ ସଂଖ୍ୟାରେ ନାମାଙ୍କନ ପତ୍ର ଦାଖଲ

0 134

ସୁବର୍ଣ୍ଣପୁର,୨୦/୧- ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପାଇଁ ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ଚତୁର୍ଥ ଦିନରେ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଚାଲୁରହିଛି ଓ ୧୭ ତାରିଖରୁ ୨୧ ତାରିଖ ଯାଏଁ ୱାର୍ଡମେମ୍ବର, ସରପଞ୍ଚ, ସମିତିସଭ୍‌ଯ, ଜିଲ୍ଲାପରିଷଦ ପ୍ରାର୍ଥୀମାନେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବେ ଓ ସରକାରଙ୍କ କୋଭିଡ ମାର୍ଗଦର୍ଶିକା ପାଳନକରି ଆଜି ଜିଲ୍ଲାର ବିଭିନ୍ନ ସମିତି ସଭ୍ୟ /ସଭ୍ୟା ଆଶାୟୀ ପ୍ରାର୍ଥୀମାନେ ନିଜ ନିଜ ଅଞ୍ଚଳର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ,ସରପଞ୍ଚ ଏବଂ ୱାର୍ଡ ମେମ୍ବର ପ୍ରାର୍ଥୀ /ପ୍ରାର୍ଥୀନୀ ମାନେ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ଜିଲ୍ଲା ପରିଷଦ ପ୍ରାର୍ଥୀ / ପ୍ରାର୍ଥୀନୀ ମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମାନଙ୍କରେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଚତୁର୍ଥ ଦିନରେ ଜିଲ୍ଲାରେ ବିଭିନ୍ନ ପଦପଦବୀ ନିମନ୍ତେ ବହୁସଂଖ୍ୟାରେ ନାମାଙ୍କନ ପତ୍ର ଦାଖଲ ହୋଇଥିବା ଜିଲ୍ଲା ପଂଚାୟତ କାର୍ଯ୍ୟାଳୟରୁ ଜଣାପଡିଛି । ଏହିକ୍ରମରେ ସୋନପୁର ବ୍ଲକରେ ୯୫ ଜଣ ୱାର୍ଡମେମ୍ବର,୧୫ ଜଣ ସରପଞ୍ଚ ୨୧ ଜଣ ସମିତି ସଭ୍ୟ, ଉଲୁଣ୍ଡା ବ୍ଲକରେ ୧୦୮ ଜଣ ୱାର୍ଡମେମ୍ବର, ୨୫ଜଣ ସରପଞ୍ଚ,୨୫ ଜଣ ପଞ୍ଚାୟତ ସମିତି ସଦସ୍ୟ/ସଦସ୍ୟା, ବୀରମହାରାଜପୁର ବ୍ଲକରେ ୧୦୮ ଜଣ ୱାର୍ଡମେମ୍ବର,୨୬ ଜଣ ସରପଞ୍ଚ ଓ ୨୩ ଜଣ ସମିତି ସଭ୍ୟ, ଡୁଙ୍ଗୁରିପାଲି ବ୍ଲକରେ ୧୩୮ ଜଣ ୱାର୍ଡମେମ୍ବର,୩୬ ଜଣ ସରପଞ୍ଚ,୨୯ ଜଣ ସମିତି ସଭ୍ୟ, ତରଭା ବ୍ଲକ ରେ ୧୧୭ ଜଣ ୱାର୍ଡମେମ୍ବର,୧୯ ଜଣ ସରପଞ୍ଚ,୧୬ ଜଣ ସମିତି ସଭ୍ୟ ଓ ବିନିକା ବ୍ଲକ ରେ ୯୭ ଜଣ ୱାର୍ଡମେମ୍ବର,୩୦ ଜଣ ସରପଞ୍ଚ,୨୧ ଜଣ ସମିତି ସଭ୍ୟ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେହିପରି ସୋନପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥୀ ନିମନ୍ତେ ଆଜି ୧୬ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବୀରମହାରାଜପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଜିଲ୍ଲାପରିଷଦ ସଦସ୍ୟ ପ୍ରାର୍ଥୀ ହିସାବରେ ଜୋନ୍‌ ୧ ପାଇଁ ବିଜୁଜନତା ଦଳ ତରଫରୁ ରଞ୍ଜିତ କୁମାର ରଥ, ଭାରତୀୟ ଜାତୀୟ କଂଗ୍ରେସ ଦଳରୁ ଲବ କୁମାର ସାହୁ, ଭାରତୀୟ ଜନତା ପାର୍ଟିରୁ ଶରତ କୁମାର ମିଶ୍ର, ଜୋନ୍‌ ୨ ପାଇଁ ଭାରତୀୟ ଜାତୀୟ କଂଗ୍ରେସରୁ ରାଜଗୋପାଳ ପାଣିଗ୍ରାହୀ, ବିଜୁଜନତା ଦଳରୁ ଚନ୍ଦ୍ରକାନ୍ତି ଦନ୍ତା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ଉଲୁଣ୍ଡା ଜୋନ୍‌ ୧ ପାଇଁ ବିଜୁଜନତା ଦଳ ତରଫରୁ ବିଜୟ ଲକ୍ଷ୍ମୀ ତରିଆ , ଭାରତୀୟ ଜାତୀୟ କଂଗ୍ରେସରୁ ଛଇଳ ସାଗର, ବହୁଜନ ସମାଜ ପାର୍ଟିରୁ ମମତାରାଣୀ ବାରିକ, ଏବଂ ଜୋନ୍‌ ୨ ପାଇଁ ବିଜୁଜନତା ଦଳ ତରଫରୁ ଝସକେତନ ବଘାର, ଭାରତୀୟ ଜନତା ପାର୍ଟି ରୁ ଚନ୍ଦ୍ରହାସ ଦଳେଇ ଏବଂ ସି ପି ଆଇଏମ୍‌ଏଲ୍‌ ରୁ କୁଶ ମହାକୁର ପ୍ରାର୍ଥୀ ପତ୍ର ଦାଖଲ କରିଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

4 × 5 =