ସାମୁହିକ ବ୍ରତୋପନୟନ ଅବସରରେ ଦାତବ୍ୟ ଚିକିତ୍ସା ଶିବିର ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

0 188

ସୁବର୍ଣ୍ଣପୁର,୮/୧:- ସୋନପୁର ମଝିପଡା ନାମମଣ୍ଡପରେ ଏକ ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ଣ୍ଣ ରୀତିନୀତି ଅନୁସାରେ ୧୧ ଜଣ ଯୁବକ ଉପବୀତ ଧାରଣ କରିଛନ୍ତି । ହିତାକାଂକ୍ଷୀ ହୋମିଓ ହଲ୍‌ର ମାଲିକ ଜଗନ୍ନାଥ ଦାଶଙ୍କ ଦ୍ୱାରା ଉକ୍ତ ପବିତ୍ର ଉତ୍ସବ ଆୟୋଜିତ ହୋଇଥିଲା । ଜଗନ୍ନାଥ ତାଙ୍କ ପତ୍ନୀ ରାଜଶ୍ରୀଙ୍କ ସହ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ତତ୍ତ୍ୱାବଧାନ କରିଥିଲେ । ତେବେ ରାମଧୂନ କ୍ଲବର କର୍ମକର୍ତ୍ତା, ପ୍ରଜାପିତା ବ୍ରହ୍ମାକୁମାରୀର ସଦସ୍ୟ ସଦସ୍ୟା ଏବଂ ମଝିପଡାର ଜନସାଧାରଣ ସାମୁହିକ ବ୍ରତୋପନୟନ ଆୟୋଜନରେ ସହଯୋଗ କରିଥିଲେ । ଏହି ଅବସରରେ ଦୁଇ ଦିନ ଧରି ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗୋପଲୀଳା ପାରାୟଣ, ପ୍ରବଚନ, ସୁନ୍ଦରାକାଣ୍ଡ ପରାୟଣରେ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଏହା ସହ ଏକ ହୋମିଓପ୍ୟାଥିକ ଦାତବ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । ଶିବିରରେ ଚିକିତ୍ସା ତଥା ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା । ରବିବାର ଏହି ଆଧ୍ୟାତ୍ମିକ ସମାରୋହରେ ଯୋଗ ଦେଇଥିବା ହଜାର ହଜାର ଭକ୍ତ ପ୍ରସାଦ ସେବନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ଡାକ୍ତର ଜଗବନ୍ଧୁ ତ୍ରିପାଠୀ, ଲଡୁ କିଶୋର ମଲ୍ଲିକ, ମନୋରଞ୍ଜନ ତ୍ରିପାଠୀ, ପ୍ରକାଶ ବେବର୍ତ୍ତା, ପୀୟୂଷ ପଣ୍ଡା, ସୁରଜ ସାହୁ, ବିକାଶ ପଣ୍ଡା, ରଞ୍ଜୁ ସାହୁ, ସନ୍ତୋଷ ପାଢୀ, ବଣ୍ଟି ମିଶ୍ର, ବୁବୁନ ନାଏକ, ଶାନ୍ତନୁ ଆଚାର୍ଯ୍ୟ, ପ୍ରତାପ ଦାଶଙ୍କ ସହ ରାମଧୂନ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଜଗନ୍ନାଥ ଦାଶଙ୍କ ଏହି ମହତ କାର୍ଯ୍ୟକୁ ସହରବାସୀ ଖୁବ୍‌ ପ୍ରଶଂସା କରିଛନ୍ତି ।

hiranchal ad1
Leave A Reply

Your email address will not be published.

thirteen − 8 =