ଉଦଯାପିତ ହେଲା ସୁବର୍ଣ୍ଣ ଲୋକ ମହୋତ୍ସବ

0 77

ସୁବର୍ଣ୍ଣପୁର,୧୯/୧ – ଗତ ୧୪ତାରିଖରୁ ସ୍ଥାନୀୟ ରାମେଶ୍ୱର ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଜ଼ିଲ୍ଲା ଉନ୍ନୟନ ପ୍ରଦର୍ଶନୀ, ପଲ୍ଲିଶ୍ରୀ ମେଳା ସହ ନୃତ୍ୟଗୀତର ମହାପାର୍ବଣ ସୁବର୍ଣ୍ଣ ଲୋକ ମହୋତ୍ସବ ବୁଧବାର ଉଦଯାପିତ ହୋଇଯାଇଛି । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା, ଜ଼ିଲ୍ଲା ସଂସ୍କୃତି ପରିଷଦ ଓ ଜ଼ିଲ୍ଲା କଳା ସଂସ୍କୃତି ସଂଘ ସୁବର୍ଣ୍ଣପୁର ଦ୍ୱାରା ବର୍ଣ୍ଣାଢ୍ୟ ପରିବେଶରେ ଆୟୋଜିତ ଏହି ଉଦଯାପନୀ ଉତ୍ସବରେ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ମୁଖ୍ୟଅତିଥି ଭାବେ ଯୋଗଦେଇ ଲୋକକଳାକୁ ଆଗକୁ ବଢାଇବା ପାଇଁ ସବୁ ପ୍ରୟାସ ସହିତ ପ୍ରଶିକ୍ଷଣର ବ୍ୟବସ୍ଥା ମଧ୍ୟ କରିବୁ ବୋଲି ମତ ରଖି ହକି ଉତ୍ସବ ଓ ସୁବର୍ଣ୍ଣ ମହୋତ୍ସବକୁ ସଫଳ କରିଥିବା ସମସ୍ତ ଜନସାଧାରଣଙ୍କ ଅବଦାନ ଅତୁଳନୀୟ ବୋଲି ମତ ରଖିଥିଲେ । ସମ୍ମାନୀତ ଅତିଥି ଭାବରେ ଏସପି ଅମରେଶ ପଣ୍ଡା, ଅତିରିକ୍ତ ଜ଼ିଲ୍ଲାପାଳ (ରାଜସ୍ୱ ) ସୂର୍ଯ୍ୟ ନାରାୟଣ ଦାଶ, ଅତିରିକ୍ତ ଜ଼ିଲ୍ଲାପାଳ (ସାଧାରଣ) ନିଶି ପୁନମ ମିଞ୍ଜ, ଜ଼ିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ନିହାର ରଞ୍ଜନ କହଁର, ସୋନପୁର ଉପ ଜ଼ିଲ୍ଲାପାଳ ଡ. ଈପସିତା ପ୍ରିୟଦର୍ଶନୀ ମିଶ୍ର, ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ ଭୋଇ ପ୍ରମୁଖ ଯୋଗଦେଇ ଏଠାକାର କଳା, ସଂସ୍କୃତି ଓ ପର୍ଯ୍ୟଟନ ତଥା ଲୋକମାନଙ୍କ ଚଳଣି ଓ ବ୍ୟବହାରକୁ ଭୂୟସୀ ପ୍ରଶଂସା କରିଥିଲେ । ନୂତନକରି ଏଭଳି ମହୋତ୍ସବ ଏଠାରେ ଆୟୋଜନ ପାଇଁ ପଡିଆର ଭିତ୍ତିଭୂମି, ବିକାଶ ଓ ଏହାର ସଜାସଜ୍ଜା ପ୍ରଥମେ ଦର୍ଶକ ଓ ପର୍ଯ୍ୟଟକଙ୍କୁ ଆଗକୁ ନିଶ୍ଚିତ ଆକୃଷ୍ଟ କରିବ ବୋଲି ମତ ରଖିଥିଲେ । କଟକର ଓଡିଶୀ, ସମ୍ବଲପୁର ଆଦିବାସୀ ନୃତ୍ୟ, ବରଗଡ଼ କଳାଜୀବୀ, ସୁନ୍ଦରଗଡ଼ ମୟୂରୀ, ସୋନପୁରର ପଏଁରି, କରମା ଓ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ, ତରଭା, ଉଲୁଣ୍ଡା ବ୍ଲକର କଳାକାରଙ୍କ ସମ୍ବଲପୁରୀ ନାଚ ଗୀତ, ବ୍ରହ୍ମପୁରର ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ସମୁହଙ୍କର ନାଚଗୀତ ବିଳମ୍ବିତ ରାତି ଯାଏଁ ହଜାରହଜାର ସଂଖ୍ୟାରେ ଦର୍ଶକ ଖୁବ ମଜା ନେଇଥିଲେ ।

hiring

ଅଧ୍ୟାପକ ମଦନ ସୁନ୍ଦର କ୍ଷେତୀ ସଭା ସଂଯୋଜନା କରିଥିଲେ । ମହୋତ୍ସବ ପଡିଆରେ ବିରାଟ ଏଲଇଡି ସ୍କ୍ରିନରେ ହଜାର ହଜାର ଦର୍ଶକ ବିଶ୍ୱ କପ ହକି ଖେଳକୁ ଉପଭୋଗ କରୁଥିବା ବେଳେ ମହୋତ୍ସବରେ ପ୍ରତିଦିନ ପନ୍ଦର କୋଡିଏ ହଜାର ଜନ ସମାଗମ ହେଉଥିଲା । ଖାଦ୍ୟଷ୍ଟଲ ସବୁରେ ମଧ୍ୟ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଜ଼ିଲ୍ଲା ପୋଲିସ ପ୍ରଶାସନକୁ ଭିଡନିୟନ୍ତ୍ରଣ ପାଇଁ ଦିନ ରାତି କଠିନ ପରିଶ୍ରମ କରିବାକୁ ପଡିଛି । ମହୋତ୍ସବ ପଡିଆର କୌଣସି ଜାଗାରେ ଯେମିତି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବ ସେଥିପାଇଁ ଏସପି ଅମରେଶ ପଣ୍ଡାଙ୍କ ପରାମର୍ଶ ଓ ତତ୍ୱାବଧାନରେ ଏସଡ଼ିପିଓ ପୁଷ୍ପାଞ୍ଜଳି ନିଙ୍ଗୀଙ୍କ ଉପସ୍ଥିତିରେ ଜ଼ିଲ୍ଲା ପୋଲିସ ବିଭାଗ ଷ୍ଟାଡିଅମର ଚାରିପାଖରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

ten + eighteen =