ଧାନ କ୍ରୟବିକ୍ରୟକୁ ବ୍ୟବସ୍ଥିତ କରିବା ନିମନ୍ତେ ପ୍ରଶାସନ ତରଫରୁ କଡା ଆଭିମୁଖ୍ୟ ଗ୍ରହଣ

0 92

ସୁବର୍ଣ୍ଣପୁର,୮/୧- ସୁବର୍ଣ୍ଣପୁର ଜିଲ୍ଲାରେ ଧାନ କ୍ରୟବିକ୍ରୟକୁ ସୁବ୍ୟବସ୍ଥିତ ଓ ଶୃଙ୍ଖଳିତ ଭାବେ ନିର୍ବାହ କରିବାକୁ ଜିଲ୍ଲପ୍ରଶାସନ ତରଫରୁ ବିଶେଷ ବ୍ୟବସ୍ଥା କରାଯାଇଛି । ଜିଲ୍ଲପାଳ ସୁବର୍ଣ୍ଣପୁର ଶ୍ରୀମତୀ ଆବୋଲୀ ସୁନିଲ ନରୱଣେ ଧାନ କ୍ରୟ ବିକ୍ରୟରେ କଡା ଆଭିମୁଖ୍ୟ ଗ୍ରହଣ ପୂର୍ବକ କୌଣସି ପ୍ରକାର ଅନିୟମିତତାକୁ ବରଦାସ୍ତ କରାଯିବ ନାହିଁ ବୋଲି ସତର୍କ ଚେତାବନୀ ଦେଇଛନ୍ତି । ଜିଲ୍ଲାର ଚାଷୀଙ୍କ ଧାନ ଯେପରି ସୁରୁଖୁରୁରେ ବିକ୍ରି ହୋଇପାରିବ ଏବଂ ବିକ୍ରୀମୂଲ୍ୟ ଚାଷୀଙ୍କ ଜମାଖାତାକୁ ନିର୍ଦ୍ଦିଷ୍ଟ ସମୟ ଅବଧିରେ ଜମା ହୋଇପାରିବ ତାକୁ ସୁନିଶ୍ଚିତ କରିବା ସହ ଚାଷୀଙ୍କ ଟୋକନ ଲାପ୍ସ ନ ହେବ ସେଥିପ୍ରତି ସମ୍ପୃକ୍ତ ବିଭାଗ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି । ଏହି ପ୍ରକ୍ରିୟାକୁ ସ୍ୱଚ୍ଛ ଓ ବ୍ୟବସ୍ଥିତ ଭାବେ ସମ୍ପାଦନ କରିବା ଉପରେ ଗୁରୁତ୍ୱାରୋପ କରାଯାଇ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ତତ୍ୱାବଧାନରେ ସ୍କ୍ୱାଡ଼ ଗଠନ କରାଯାଇ ମଣ୍ଡି ପରିଦର୍ଶନ ସହ ବ୍ୟବସ୍ଥାର ସୁପରିଚାଳନା ପାଇଁ ୨୪ ଘଣ୍ଟିଆ ତୀକ୍ଷ୍‌ଣ ନଜର ରଖାଯାଇଛି । ଜିଲ୍ଲାର ବିଭିନ୍ନ ମଣ୍ଡି ଓ ବିଭିନ୍ନ ରାସ୍ତାରେ ଧାନର ବେନିୟମ ଓ ଅସାଧୁ ଧାନଚାଲାଣକୁ ରୋକିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ସନ୍ଦେହପୂର୍ଣ୍ଣ ଧାନ ବୋଝେଇ ଗାଡିସହ ମଣ୍ଡିଗୁଡିକୁ ଅଚାନକ ଚଢାଉ କରାଯିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଗତକାଲି ସ୍କ୍ୱାଡ଼ ଦ୍ୱାରା ଦିଗସିରା ମାଁ ସମଲେଶ୍ୱରୀ ଏସଏଚ ଜି ଦ୍ୱାରା ପରିଚାଳିତ ମଣ୍ଡି ପରିଦର୍ଶନ ସହ ଚଢ଼ାଉ କରାଯାଇ ୧୧୫.୦୮ କୁଇଣ୍ଟାଲ ବେନିୟମ ଗଚ୍ଛିିତ ଧାନକୁ ଜବତ କରାଯାଇଛି । ସେହିପରି ପୃଥକ ପୃଥକ ୫ ଗୋଟି ଅତର୍କିତ ଚଢ଼ାଉରେ ଅଦ୍ୟାବଧି ଜିଲ୍ଲାର ବିଭିନ୍ନ ମଣ୍ଡି ତଥା ରାସ୍ତାରେ ଧାନ ବୋଝେଇ ଗାଡି ଗୁଡିକରେ ଚଢ଼ାଉ କରାଯାଇ ସମୁଦାୟ ୭୮୦ କୁଇଣ୍ଟାଲ ବେନିୟମ, ବେ-ଦାବିଦାର ଧାନକୁ ଜବତ କରାଯାଇ ନିକଟସ୍ଥ ଧାନମିଲ ଗୁଡିକରେ ସୁରକ୍ଷିତ ରଖାଯାଇଥିବା ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୁବର୍ଣ୍ଣପୁର ଶ୍ରୀ ସୁରେଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

eighteen − seven =