ଦରଦାମ ବୃଦ୍ଧିକୁ ନେଇ ଜନ ଆନ୍ଦୋଳନ

0 99

ସୁବର୍ଣ୍ଣପୁର,୨୫/୩ – ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧିକୁ ରୋକିବା ଦାବିରେ ଆଜି ସୁବର୍ଣ୍ଣପୁରଠାରେ ବସ୍ତିବାସିନ୍ଦା ସୁରକ୍ଷା ମଂଚ ପକ୍ଷରୁ ଏକ ପ୍ରତିବାଦ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଦିନକୁଦିନ ବଢିବଢି ଚାଲିଥିବା ଦରଦାମ ବୃଦ୍ଧି ସହ ନିତ୍ୟ ବ୍ୟବହାର୍ଯ୍ୟ ଜାଳେଣି ଗ୍ୟାସ, ଖାଇବା ତେଲ, ଛଡ,ସିମେଣ୍ଟ ପରି ଗୃହନିର୍ମାଣ ସାମଗ୍ରୀର ଅହେତୁକ ଦରବୃଦ୍ଧି ସାଧାରଣ ଖାଉଟିଙ୍କୁ ଅସୁବିଧାରେ ପକାଇ ଦେଇଥିବାବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗରିବ-ଖଟିଖିଆଙ୍କୁ ଶୋଷଣ କରୁଛନ୍ତି । ଆଗାମୀ ଦିନରେ ଏସବୁ ନିତ୍ୟ ବ୍ୟବହାର୍ଯ୍ୟ ଆତ୍ୟାବଶ୍ୟକ ଜିନିଷର ଦର ନିୟନ୍ତ୍ରଣ କରାନଗଲେ ଏହି ଜନଆନ୍ଦୋଳନକୁ ତୀବ୍ର କରାଯିବା ସହ ବିଜେପି ଓ ବିଜେଡି ସରକାର ବିରୁଦ୍ଧରେ ସଂଗ୍ରାମ କରାଯିବ ବୋଲି ସୁରକ୍ଷା ମଂଚ ତରଫରୁ ଚେତାବନୀ ଦିଆଯାଇଛି । ଏହି ବିକ୍ଷୋଭ ସମାବେଶରେ ଜିଲ୍ଲା ଟ୍ରେଡ଼ୟୁନିଅନ ସମନ୍ୱୟ ସମିତିର ଅନେକ ନେତାଙ୍କ ସହ ବସ୍ତି ସୁରକ୍ଷା ମଞ୍ଚର ସଭାନେତ୍ରୀ ଜ୍ୟୋତିର୍ମୟୀ ରଥ ଓ ଏସୟୁସିଆଇ (କମ୍ୟୁନିଷ୍ଟ) ପାର୍ଟି ତଥା ବିଶିଷ୍ଟ ଶ୍ରମିକନେତା ଗୋବିନ୍ଦ ମହାରଣାଙ୍କ ସହ ଅନେକ କର୍ମକର୍ତ୍ତା ଭାଗ ନେଇଥିଲେ ।

hiranchal ad1
Leave A Reply

Your email address will not be published.

sixteen − six =