ବିଭାଜନ ବିଭିଷୀକା ସୃତି ଦିବସ ପାଳିତ

0 68

ସୁବର୍ଣ୍ଣପୁର,୧୪/୮:- ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ ହୋଇଯାଇଛି । ସହରର ପ୍ରଭାସ ହୋଟେଲ ସମ୍ମିଳନୀ କକ୍ଷରେ ଏହି ଦିବସ ପାଳନ କରାଯାଇଛି । ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ରଙ୍କ ପୌରହିତ୍ୟରେ ଏହି ସ୍ମୃତି ସଭାରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ଏହି ସ୍ମୃତି ସଭାରେ ଭାରତବର୍ଷରେ୧୯୪୭ ଅଗଷ୍ଟ ୧୪ତାରିଖରେ ହୋଇଥିବା ଭୌଗଳିକ ବିଭାଜନକୁ ବିଜେପି କାର୍ଯ୍ୟକର୍ତ୍ତା ମନେପକାଇ ସେ ଦିନର ବିଭୀଷିକା ସମ୍ପର୍କରେ ନିଜନିଜର ଅଭିଭାଷଣ ପ୍ରଦାନ କରିଥିଲେ । ସେହିପରି ରାଷ୍ଟ୍ରର ଭୌଗଳିକ ବିଭାଜନ ରାଷ୍ଟ୍ର ପାଇଁ ହିତକର ହୋଇନଥିବା ବେଳେ ସାଂସ୍କୃତିକ ଭାବେ ଅଖଣ୍ଡ ଭାରତ ନିର୍ମାଣ ପାଇଁ ସଭିଏଁ ଆଗେଇ ଆସିବା ପାଇଁ ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର ଆହ୍ୱାନ ଦେଇଥିଲେ । ଆଗାମୀ ୨୦୪୭ ମସିହା ବେଳକୁ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ସହିତ ଆଗାମୀ ୫ ବର୍ଷ ମଧ୍ୟରେ ଭାରତ ବର୍ଷକୁ ଏକ ଶକ୍ତିଶାଳୀ ଆର୍ଥିକ ରାଷ୍ଟ୍ରରେ ପରିଣତ କରିବାପାଇଁ ସଭିଏଁ ନିଜ ନିଜର କାର୍ଯ୍ୟ ନିଷ୍ଠାର ସହିତ କରିବାପାଇଁ ଅନୁରୋଧ କରିଥିଲେ । ତେବେ ଗତ ୭୬ବର୍ଷ ଭିତରେ ଭାରତବର୍ଷର ଭୌଗଳିକ ସୀମା ଅନେକ ସମୟରେ ପରିବର୍ତ୍ତନ ହୋଇଛି । ଭାରତବର୍ଷର ସ୍ୱାଧୀନ ସରକାର ଅନେକ ସମୟରେ ଭୀଷଣ ଯୁଦ୍ଧର ସମ୍ବୁଖିନ ହୋଇଛି । କେତେବେଳେ ବିଜୟ ତ ଆଉ କେତେବେଳେ ଯୁଦ୍ଧରେ ପରାଜୟର ସ୍ୱାଦ ଅନୁଭବ କରିଛି । ତେବେ ଶାନ୍ତିପ୍ରିୟ ଏହି ଭୂଖଣ୍ଡର ଅଧିବାସୀ ଏବେ ସାଂସ୍କୃତିକ ଯୁଦ୍ଧର ସମ୍ମୁୁଖିନ ହୋଇଥିବା ବେଳେ ସାଂସ୍କୃତିକ ଯୁଦ୍ଧରେ ବିଜୟୀ ହୋଇ ଅଖଣ୍ଡ ସାଂସ୍କୃତିକ ଭାରତ ବର୍ଷର ଗଠନ ଦିଗରେ ସଭିଏଁ ଉଦ୍ୟମରତ । ତେବେ ଏହା ନିକଟ ଭବିଷ୍ୟତରେ ଫଳବତୀ ହେବାର ଆଶା ରହିଛି ବୋଲି ଏହି ସ୍ମୃତି ସଭାରେ ବକ୍ତାମାନେ ନିଜ ନିଜର ମତ ପ୍ରକାଶ କରିଥିଲେ ।

hiranchal ad1
Leave A Reply

Your email address will not be published.

18 − 14 =