ସୋନପୁର,୭/୯ : ଗତକାଲି ବଲାଙ୍ଗୀର ବିଧାୟକ ତଥା ପୂର୍ବତନ ବରୋଧିଦଳନେତା ନରସିଂହ ମିଶ୍ର ସୁବର୍ଣ୍ଣପୁର ଜିଲ୍ଲାର ଚଳିତ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ଗ୍ରାମ ପରିଦର୍ଶନ କରି ବନ୍ୟାରେ ବହୁ ପରିବାର ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ତଥା ଅନେକ ଚାଷଜମିରେ ପାଣି ଜମି ରହିବା ଦ୍ୱାରା ବ୍ୟାପକ ଭାବେ ଚାଷୀର କ୍ଷୟକ୍ଷତି ହୋଇଛି । ଏଣୁ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିବା ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି । ସେ ଆଜି ମହାନଦୀ କୂଳର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ହିକୁଡି,ମୁଣ୍ଡ ଘାଟ ,ନିମ୍ନା ଦଶରାଜପୁର ,ବିଜେପୁର ଗ୍ରାମର ପରିଦର୍ଶନ କରି ପ୍ରଭାବିତ ଗ୍ରାମବାସୀଙ୍କ ସହ ଆଲୋଚନା କରିବାପରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଜିଲ୍ଲାର ସାମ୍ବାଦିକ ମାନଙ୍କୁ ଭେଟି ସୂଚନା ପ୍ରଦାନ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ବିନୋଦ ପାତ୍ର, ବରିଷ୍ଠ କଂଗ୍ରେସ ନେତା ଗୌରୀଶ୍ୟାମ ପଣ୍ଡା, ଚିତ୍ତରଞ୍ଜନ ମିଶ୍ର, ଚନ୍ଦ୍ର ମଣି ତ୍ରିପାଠୀ, ଜିତେନ୍ଦ୍ର ପଟ୍ଟନାୟକ, ପ୍ରିୟବ୍ରତ ସାହୁ, ନିମାଇଁ ପାଣିଗ୍ରାହୀ, ଶେଷଦେବମେହେର, ରାଜେଶ ମିଶ୍ର, ପ୍ରତାପ ଦେହେରୀ ପ୍ରମୁଖ ଉପସ୍ଥିତ ଥିଲେ ।