ଯୁଗଳମୂର୍ତ୍ତିଙ୍କ ନଗର ପରିକ୍ରମା ସହ ମହାଆଡମ୍ବରରେ ସମାପନହେଲା ସୁବର୍ଣ୍ଣପୁରର ଶୀତଳ ଷଷ୍ଠୀ ଯାତ୍ରା

0 76

ସୁବର୍ଣ୍ଣପୁର,୬/୬ – ବାବା ସୁବର୍ଣ୍ଣମେରୁ ଓ ଜଗତଜନନୀ ମାତା ପାର୍ବତୀ ଙ୍କ ଯୁଗଳମୂର୍ତ୍ତି ଓ ଅଷ୍ଟଚଣ୍ଡୀ, ଅଷ୍ଟ ଶମ୍ଭୁ ଓ ଅଷ୍ଟବିଷ୍ଣୁଙ୍କ ନଗର ପରିକ୍ରମା ପରେ ମହାଆଡମ୍ବରରେ ଆଜି ଉଦଯାପିତ ହୋଇଯାଇଛି ସୁବର୍ଣ୍ଣପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା । ଆଜି ଭୋରରୁ ସୁବର୍ଣ୍ଣପୁର ଭଗବତି ପ୍ଲଟସ୍ଥିତ ହିମାଦ୍ରୀନଗରୀରୁ ଘଣ୍ଟ, ଶଙ୍ଖ, ଦୁଲଦୁଲି ବାଜା, ରନିଙ୍ଗ ମେଲୋଡି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ମହାଆଡମ୍ବରରେ ସହରର ସମସ୍ତ ଦେବାଦେବୀଙ୍କ ସହ ୧୦୮ ତୋଳାରେ ନିର୍ମିତ ଇଷ୍ଟଦେବ ସୁବର୍ଣ୍ଣମେରୁ ବାବାଙ୍କ ପ୍ରତିନିଧି ସ୍ୱରୂପ ଚନ୍ଦ୍ରଶେଖର ବାବା ଓ ମା ପାର୍ବତୀ ଙ୍କ ଯୁଗଳମୂର୍ତ୍ତି ବିରାଟ ପଟୁଆରରେ ମହଣ ମହଣ ରୂପା ନିର୍ମିତ ବିମାନରେ ଲକ୍ଷାଧିକ ଜନ ସମାଗମରେ ଭକ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ । ଆଉ ବର୍ଷକୁ ଥରେ କୈଳାସ ପତି ଓ ହିମାଦ୍ରୀ ଦେବୀଙ୍କ ସମେତ ଏକାଠି ଏ ମନ୍ଦିର ମାଳିନୀ ତୀର୍ଥକ୍ଷେତ୍ରର ମୁଖ୍ୟ ଦେବାଦେବୀଙ୍କୁ ଦର୍ଶନ କରି ଆଶୀର୍ବାଦ ସହ ପୂଣ୍ୟ ଅର୍ଜିବାକୁ ଜ଼ିଲ୍ଲା ତଥା ପଡୋଶୀ ଜ଼ିଲ୍ଲାର ଭକ୍ତ ଶ୍ରଦ୍ଧାଳୁ ଅପୂର୍ବ ସୁଯୋଗର ଆଦୌ ହାତ ଛଡା କରନ୍ତି ନାହିଁ । ପ୍ରଭୁଙ୍କୁ ଦର୍ଶନ କରି ବିଭୋର ହୋଇଯାଆନ୍ତି ଓ ମନୋରଞ୍ଜନ କାର୍ଯ୍ୟକ୍ରମର ଖୁବ ମଜା ନିଅନ୍ତି । ସ୍ଥାନୀୟ ଭଗବତୀ ପ୍ଲଟ ପାର୍ବତୀଙ୍କ ପିତା କୃଷ୍ଣଚନ୍ଦ୍ର ମେହେର ହିମାଦ୍ରୀ ନଗରରେ କୃଷ୍ଣଗୁରୁ ଭଜନ, ଉମା ମେଲୋଡି ଓ ଦଣ୍ଡ ନୃତ୍ୟ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଶିବ ପିତା ସନ୍ତୋଷ ମେହେରଙ୍କ ଘର କୈଳାଶ ନଗରରେ ସଂକୀର୍ତନ ପ୍ରତିଯୋଗିତା, କୱାଲୀ ଓ ହରି ଓଂ ସମ୍ବଲପୁରୀ ଶାନ୍ତନୁ ଏଣ୍ଡ ସାଥି ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

hiring

ଏସବୁ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବର ଓ କନ୍ୟା ପିତା ମାତା ଘରେ ପ୍ରଭୁଙ୍କୁ ଦର୍ଶନ କରିବାକୁ ଏବଂ ପ୍ରଭୁଙ୍କ ନଗର ପରିକ୍ରମା ସମସ୍ତ ଲୀଳାଖେଳା ଦେଖିବାକୁ ତିନିଦିନ ଧରି ସହରରେ ଲକ୍ଷାଧିକ ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥିଲା । ସୁବର୍ଣ୍ଣପୁର ଏସପି ଆମରେଶ ପଣ୍ଡା, ଏସ ଡି ପି ଓ ପୁଷ୍ପାଞ୍ଜଳୀ ନିଙ୍ଗୀ ଓ ଆଇ ଆଇ ସି ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ସବୁଜାଗାରେ କଡା ସୁରକ୍ଷାର ବ୍ୟବସ୍ଥା କରାଯାଇଥିଲା । ଏବର୍ଷ ପ୍ରଥମ ର ପାଇଁ ପ୍ରଭୁ ଶିବ ପାର୍ବତୀଙ୍କ ମାତା ପିତା ପରିବାର ସମେତ ଭଗବତୀ କ୍ଲବ ଓ ଆନନ୍ଦ କ୍ଲବର ଯୁବ ଗୋଷ୍ଠୀ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରିଥିଲେ । ଚନ୍ଦ୍ରଶେଖର ପାଠାଗାର ଓ ସମସ୍ତ ପୂଜକ ପକ୍ଷରୁ ପ୍ରଭୁଙ୍କ ପଜାର୍ଚ୍ଚନା ଓ ନଗର ପରିକ୍ରମା କାର୍ଯ୍ୟକ୍ରମକୁ ପରିଚାଳନା କରାଯାଇଥିଲା । କେମିଷ୍ଟ ଡ୍ରଗିଷ୍ଟ ସଂଘ, ସ୍ୱଚ୍ଛ ଭାରତ, ଅର୍ଣ୍ଣପୂର୍ଣ୍ଣା ଟ୍ରାଭେଲ୍ସ ଏଜେନସି, ବଣିକ ସଂଘ, ଭଗବତୀ କ୍ଳବ, ବିଶ୍ୱ ଗୁରୁ ସେବା ସଂସ୍ଥା, ଚରଣ ନାଏକଙ୍କ ସମେତ ସହରର ବିଭିନ୍ନ ଛକରେ ଭକ୍ତଙ୍କ ପାଇଁ ଥଣ୍ଡା ପାଣି ଓ ସର୍ବତର ବ୍ୟବସ୍ଥା କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

8 + 14 =