ସୁବର୍ଣ୍ଣ ଲୋକମହୋତ୍ସବର ତୃତୀୟ ସନ୍ଧ୍ୟା: ଦର୍ଶକଙ୍କ ମନମୋହିଲା ମାହାରୀ ନୃତ୍ୟ

0 115

ସୁବର୍ଣ୍ଣପୁର,୧୭/୧- ସୁବର୍ଣ୍ଣ ଲୋକ ମହୋତ୍ସବ ତୃତୀୟ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ସଂଗୀତ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ହୋଇଥିବା ମାହାରୀ ନୃତ୍ୟ ଅତ୍ୟନ୍ତ ଉଚ୍ଚ଼କୋଟୀର ଥିଲା । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା, ଜ଼ିଲ୍ଲା ସଂସ୍କୃତି ପରିଷଦ ଓ ଜ଼ିଲ୍ଲା କଳା ସଂସ୍କୃତି ସଂଘ ସୁବର୍ଣ୍ଣପୁର ଦ୍ୱାରା ସ୍ଥାନୀୟ ରାମେଶ୍ୱର ଷ୍ଟାଡିଅମ ଠାରେ ବର୍ଣ୍ଣାଢ୍ୟ ପରିବେଶରେ ଆୟୋଜିତ ତୃତୀୟ ଦିବସରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା ଯୋଗଦେଇ ଜିଲ୍ଲା ତଥା ଓଡିଶାର ବିକାଶ କଥା କହି ହକି ଓ ସୁବର୍ଣ୍ଣ ମହୋତ୍ସବର ଆୟୋଜନରେ ଆମ ଜିଲ୍ଲା ଓଡିଶାରେ ରେକର୍ଡ ସୃଷ୍ଟି କରିବ ବୋଲି ମତ ରଖିଥିଲେ । ସମ୍ମାନୀତ ଅତିଥି ଭାବେ ସୋନପୁର ପୌରାଧ୍ୟକ୍ଷା ତାମସୀ ତାମସ୍ମିତା ନାୟକ, ତରଭା ଏନଏସି ପୌରାଧ୍ୟକ୍ଷା ବନ୍ଦିତା ନାୟକ, ବିନିକା ପୌରାଧ୍ୟକ୍ଷ ସୁବାଷ ଭୋଇ ଯୋଗଦେଇ ସୁବର୍ଣ୍ଣପୁରରେ ଆୟୋଜିତ ଏହି ମହୋତ୍ସବ ପଡିଆ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆ ଠାରୁ କିଛି କମ ନୁହେଁ ବୋଲି ପ୍ରଶାସନକୁ ପ୍ରଶଂସା କରିଥିଲେ ଏବଂ ଆଗାମୀ ଦିନରେ ଏହାର ଭିତ୍ତିଭୂମି, ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ଜିଲ୍ଲାର ସବୁ ବିଭାଗ, ଜନସାଧାରଣଙ୍କ ପୂର୍ଣ୍ଣ ସହଯୋଗ ଜରୁରୀ ବୋଲି ମତ ରଖିଥିଲେ । ପୁରୀର ଗୋଟିପୁଅ ନୃତ୍ୟ, କନ୍ଧମାଳର ଆଦିବାସୀ ନାଚ, ରାୟଗଡା ଢେମସା, ସମ୍ବଲପୁର ରଙ୍ଗ ଫରୁଆ, ବରଗଡ କଳାଜୀବୀ, ବଲାଙ୍ଗୀରର ଘୁଡ଼କା, ଡୁଙ୍ଗୁରିପାଲି, ବିନିକା, ତରଭା ବ୍ଲକ କଳାକାରଙ୍କ ସମ୍ବଲପୁରୀ ନାଚଗୀତରେ ବିଳମ୍ବିତ ରାତିଯାଏ ଅଗଣିତ ଦର୍ଶକ ଖୁବ ମଜା ନେଇଥିଲେ ।

hiring

ଏସପି ଅମରେଶ ପଣ୍ଡା, ଏ ଡି ଏମ ସୂର୍ଯ୍ୟ ନାରାୟଣ ଦାଶ, ଉପ- ଜିଲ୍ଲାପାଳ ଡ଼ଃ ଈପସିତା ପ୍ରିୟଦର୍ଶନୀ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ବିଡ଼ିଓ ସୋମ୍ୟ ରଞ୍ଜନ ସ୍ୱାଇଁ, ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ ବିଭାଗର ଦୁଃଖିଶ୍ୟାମ ସେଠୀ ଓ ସାଂସ୍କୃତିକ କମିଟିର ଗଦାଧର ବାରିକ, ଶ୍ରୀବତ୍ସ ମଲ୍ଲିକ, ଲଡ଼ୁ କିଶୋର ମଲ୍ଲିକ, ଦେବାଶିଷ ପଟ୍ଟନାୟକ, ନିରାକାର ଦେହେରୀ ପ୍ରମୁଖ ସମସ୍ତ ସଦସ୍ୟଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମକୁ ସଫଳ କରାଯାଇଛି । ସଭାକୁ ବିଦ୍ୟାପତି ପଣ୍ଡା ପରିଚାଳନା କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମାନଭଞ୍ଜନ ମିଶ୍ର, ଅଙ୍କିତା ରାୟଗୁରୁ, ଜିତେନ୍ଦ୍ର ହୋତା ପ୍ରମୁଖ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

19 − ten =