କୋଭିଡ ସଚେତନତା ରଥର ଶୁଭାରମ୍ଭ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ

0 62

ସୁବର୍ଣ୍ଣପୁର,୨/୨- କରୋନାର ତୃତୀୟ ଲହର ଓମିକ୍ରନର ମୁକାବିଲା କରିବା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ସହିତ ହାତ ମିଳାଇଛି ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏକ୍ସନଏଡ୍‌ । ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ତଥା ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାପାଇଁ ପ୍ରଶାସନ ତରଫରୁ ଏକ ସଚେତନତା ରଥର ଆୟୋଜନ କରାଯାଇଛି । ଆଜି ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ଓ ଏହି ଅବସରରେ ସେ କହିଛନ୍ତି ଯେ କରୋନାକୁ ପ୍ରତିହତ କରିବାପାଇଁ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହାଦ୍ୱାରା ଜନସାଧାରଣ ସଚେତନ ହେବା ସହିତ ପ୍ରତିଷେଧକ ଟିକା ନେବାପାଇଁ ଆଗ୍ରହ ପ୍ରକାଶ କରିବେ । ଜିଲ୍ଲାର ସମସ୍ତ ଯୋଗ୍ୟ ନରନାରୀ ଏବଂ ଯୁବବର୍ଗ କରୋନା ଟିକା ନେବା ନିତ୍ୟାନ୍ତ ଆବଶ୍ୟକ । ଏହି ସଚେତନତା ରଥ ଜିଲ୍ଲାର ସମସ୍ତ ଛଅଟି ବ୍ଲକ ପରିକ୍ରମା କରିବ । ଏହି କାର୍ଯ୍ୟକ୍ରମକୁ ସୋନପୁର ଓ ତରଭା ବ୍ଲକରେ ରେଆର , ବିନିକା ବ୍ଲକରେ ମହାନଦୀ ଯୁବ ସଂଗଠନ ଓ ହେଲପ ଟୁ ଓଦର , ବୀରମହାରାଜପୁର ବ୍ଲକରେ ସିୟା ପରିବାର, ଉଲୁଣ୍ଡା ବ୍ଲକରେ ଯୁବ ମହାସଂଘ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସମସ୍ତ ପ୍ରକାର ସହାୟତା କରିବା ସହିତ ସଚେତନତା ସୃଷ୍ଟି କରିବା ନିମନ୍ତେ ସହଯୋଗ କରିବେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରିଥିବା ଏହି ସଚେତନତା ରଥର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ରେଆର ସମ୍ପାଦକ ଅନଙ୍ଗ ନେଗୀ, ଏକ୍ସନଏଡ୍‌ ପ୍ରତିନିଧି ରାକେଶ ପ୍ରଧାନ, ଗ୍ରାମୋଥାନ ପ୍ରତିନିଧି ପ୍ରତାପ ପଧାନ, ସିୟା ସମ୍ପାଦକ ସୁଦାମ ଗାଇଗୌରିଆ ଏବଂ ରେଆର ଓ ଚାଇଲ୍ଡ ଲାଇନର ବିଭିନ୍ନ କର୍ମକର୍ତ୍ତାଗଣ ଓ ପ୍ରତିନିଧି ଉପସ୍ଥିତ ଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜିଲ୍ଲା ପ୍ରଶାସନର ସମୟୋଚିତ ପଦକ୍ଷେପ ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲାରେ କରୋନା ମୃତ୍ୟୁହାର ଶୂନ ରହିଛି ।

hiranchal ad1
Leave A Reply

Your email address will not be published.

nineteen − sixteen =