ସୁରେଶ୍ୱରୀ ମନ୍ଦିରର ସମସ୍ତ ପାଣି ପାଇପ୍‌ ଭାଙ୍ଗିଲେ ଦୁର୍ବୃତ୍ତ

0 140

ସୁବର୍ଣ୍ଣପୁର,୨୧ା୯ – ଗତକାଲି ରାତିରେ ସୁରେଶ୍ୱରୀ ମନ୍ଦିରରେ ବସିଥିବା ଦୁଇଟି ପାଣିଟାଙ୍କିର ସମସ୍ତ ପାଣି ପାଇପ୍‌କୁ ଛିଣ୍ଡାଇ ନେଇ ଯାଇଛନ୍ତି ଦୁବୃର୍ତ୍ତ । ମନ୍ଦିର ପ୍ରବେଶ ପଥର ବାମକଡରୁ ୫ଟି ଷ୍ଟିଲ୍‌ ପାଇପ୍‌ ଏବଂ ମୁଖ୍ୟ ମନ୍ଦିର ନିକଟରୁ ଦୁଇଟି ଲୁହାପାଇପ୍‌ ଭଙ୍ଗା ଯାଇଥିବା ଅଭିଯୋଗ ହୋଇଛି । ବଡକଷ୍ଟରେ ସେବାୟତମାନେ ସମସ୍ତ ପାଇପରେ କପଡା ଗେଞ୍ଜି ପାଣି ରୋକିଛନ୍ତି । ଏହାକୁ ନେଇ ସେବାୟତ ଏବଂ ଭକ୍ତମାନେ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି । ମନ୍ଦିର ନିକଟରେ ପୂର୍ବରୁ ରିଜର୍ଭ ବାରାକ୍‌ ଥିବାରୁ ସେଭଳି ସମସ୍ୟା ନଥିଲା, ତେବେ ବାରାକ୍‌ ଏଠାରୁ ଉଠିଯିବାରୁ ଏହି ଅଞ୍ଚଳରେ ଏଭଳି ଅସାମାଜିକ କାର୍ଯ୍ୟକଳାପ ବଢିବାରେ ଲାଗିଛି । ଏହାର ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦାମାନେ । ସୁବର୍ଣ୍ଣମେରୁ କିମ୍ବା ସୁରେଶ୍ୱରୀ ମନ୍ଦିର ନିକଟରେ ଏକ ଫାଣ୍ଡି ପ୍ରତିଷ୍ଠା ପାଇଁ ଦାବି କରିଛନ୍ତି ବରିଷ୍ଠ ଆଇନଜୀବୀ ଶ୍ୟାମା ଓଁ ପ୍ରସାଦ ମିଶ୍ର । ରିଂରୋଡ୍‌ ତଥା ରାମେଶ୍ୱର ଏବଂ ସୁରେଶ୍ୱରୀ ମନ୍ଦିର ନିକଟରେ ପୋଲିସ୍‌ ପାଟ୍ରୋଲିଂ କଡାକଡି କରିବାପାଇଁ ସେ ଦାବି କରିଛନ୍ତି । ଦିନକୁଦିନ ନୂତନ ଭାବେ ନିର୍ମିତ ରିଂରୋଡଟି ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିବାକୁ ଲାଗିଲାଣି । ଏହି ଅଞ୍ଚଳରେ ସୋନପୁରର ତିନୋଟି ପ୍ରମୁଖ ମନ୍ଦିର, ଷ୍ଟାଡିୟମ ଏବଂ ବିଭିନ୍ନ କାର୍ଯ୍ୟାଳୟ ରହିଥିବାରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାପାଇଁ ସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

18 − thirteen =