ସୁବର୍ଣ୍ଣପୁର ସହରର ୱାର୍ଡ ନଂ ୧ରେ ଜବରଦଖଲ ଉଚ୍ଛେଦ

0 165

ସୁବର୍ଣ୍ଣପୁର,୧୭/୮- ସୁବର୍ଣ୍ଣପୁର ଠାରେ ନବନିର୍ମିତ ଜିଲ୍ଲା ଶିଶୁ ଓ ମାତୃ ସ୍ୱାସ୍ଥ୍ୟକେନ୍ଦ୍ର ରାସ୍ତାକଡରେ ଥିବା ଜବରଦଖଲକାରୀଙ୍କୁ ଉଚ୍ଛେଦ କରୁଛି ରାଜସ୍ୱ ବିଭାଗ । ଦୀର୍ଘ ଦିନରୁ ସ୍ୱାସ୍ଥ୍ୟକେନ୍ଦ୍ର ରାସ୍ତାର ଉଭୟ ପାର୍ଶ୍ୱରେ ଲୋକେ ସରକାରୀ ଜମି ଜବରଦଖଲ କରି ରହି ଆସୁଥିଲେ । ନୂତନଭାବେ ପ୍ରାୟ ୧୮ କୋଟି ଟଙ୍କା ବ୍ୟୟ ଅଟକଳରେ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ହେବାପରେ ଉଭୟ ରାଜସ୍ୱ ବିଭାଗ ଓ ପୌର ପରିଷଦ ପକ୍ଷରୁ ଜବରଦଖଲକାରୀଙ୍କୁ ସରକାରୀ ଜାଗା ଛାଡିଦେବା ପାଇଁ କୁହାଯାଇଥିଲା । ହେଲେ ଜବରଦଖଲକାରୀମାନେ ରାଜସ୍ୱ ବିଭାଗର ତାଗିଦକୁ ଅବମାନନା କରି ଆସୁଥିଲେ । ଫଳରେ ଆଜି ରାଜସ୍ୱ ବିଭାଗ ଓ ପୌର ପରିଷଦ ପକ୍ଷରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯାଇଛି । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡେଇବା ପାଇଁ ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ପୌର ପରିଷଦର କର୍ମଚାରୀ ଓ ସଦର ତହସିଲ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀଙ୍କ ସମେତ ସ୍ଥାନୀୟ ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟର କର୍ମଚାରୀଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ ଅଭିଯାନ ଚାଲିଛି । ଦୀର୍ଘଦିନରୁ ଘର ଓ ଦୋକାନବାଡି କରି ରହି ଆସୁଥିବା ଜବରଦଖଲକାରୀମାନେ ସହରର ଅନ୍ୟଯାଗାରେ ଥଇଥାନ କରିବାପାଇଁ ଦାବୀ କରିଛନ୍ତି । ରାଜସ୍ୱ ବିଭାଗର ଏହି ଜବରଦଖଲ ଉଚ୍ଛେଦ ଅଭିଯାନର ପ୍ରତିବାଦ କରିବା ସହିତ ଜବରଦଖଲକାରୀମାନେ ପ୍ରଥମେ ଥଇଥାନ କରି ପରେ ଉଚ୍ଛେଦ ଜରିବାପାଇଁ ଦାବୀ କରିଛନ୍ତି । ରାଜସ୍ୱ ଅଧିକାରୀଙ୍କ ସହିତ ଜବରଦଖଲକାରୀମାନେ ଯୁକ୍ତିତର୍କ କରୁଥିବାବେଳେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ତେବେ ରାଜସ୍ୱ ବିଭାଗ ପକ୍ଷରୁ ଯୋଗ୍ୟ ଜବରଦଖଲକାରୀଙ୍କୁ ଚିହ୍ନଟକରି ଜାଗା ମିଶନ ଯୋଜନାରେ ଘରଡିହ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବା ପାଇଁ ନିଷ୍ପତ୍ତିି ନିଆଯାଇଥିବା ଜଣାପଡିଛି । ନୂତନ ଭାବେ ସ୍ୱାସ୍ଥ୍ୟକେନ୍ଦ୍ରଟି ତିଆରି ହୋଇଥିବାବେଳେ ଏହା କାର୍ଯ୍ୟକ୍ଷମହେଲେ ଗମନାଗମନ ସୁବିଧା ଦୃଷ୍ଟିରୁ ଏହି ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯାଉଥିବା ରାଜସ୍ୱ ବିଭାଗ ସୂଚନା ଦେଇଛି ।

hiranchal ad1
Leave A Reply

Your email address will not be published.

nine + twelve =