ମମିତା ମେହେରଙ୍କ ହତ୍ୟା ଘଟଣା ପ୍ରତିବାଦରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୁବର୍ଣ୍ଣପୁର ଜିଲ୍ଲା ବନ୍ଦ

0 131

ସୁବର୍ଣ୍ଣପୁର,୨୮/୧୦ – ମମିତା ମେହେର ହତ୍ୟାକାଣ୍ଡ ଘଟଣା ନେଇ ସାରା ରାଜ୍ୟରେ ଏବେ ବିଦ୍ରୋହର ସ୍ୱର ଉଠିଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ଆନ୍ଦୋଳନକୁ ଯୋରଦାର କରିଛି ବିଜେପି । ଜୁନାଗଡ ବିଧାୟକ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମନ୍ତ୍ରୀପଦରୁ ବହିଷ୍କାର ଓ ଗିରଫ ଏବଂ ଘଟଣାର ସି.ବି ଆଇ ତଦନ୍ତ ଦାବୀ ଓ ଅନ୍ୟ ମନ୍ତ୍ରୀମାନଙ୍କର ସଂଶ୍ଳିଷ୍ଟର ତଦନ୍ତ ଦାବୀନେଇ ଆଜି ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୁବର୍ଣ୍ଣପୁର ଜିଲ୍ଲା ବନ୍ଦ ଡାକରା ଦେଇଛି । ବନ୍ଦ୍‌ର ପ୍ରଭାବ ସକାଳୁ ସକାଳୁ ଦେଖିବାକୁ ମିଳିଛି । ଫଳରେ ସୋନପୁର ସହର ସମେତ ବିଭିନ୍ନ ବ୍ଲକ ସଦର ମହକୁମା ମାନଙ୍କର ଦୋକାନ ବଜାର ସରକାରୀ ଅଫିସ ସବୁ ବନ୍ଦ ରହିଛି । ବିଜେପି କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକାନ ବଜାର ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରିଥିଲେ । ସୋନପୁର ସହର ବ୍ଲକ ଛକ ,ବୁଢ଼ାରାଜା ଛକ ଓ ତେଲନଦୀ ବ୍ରିଜ ଛକ ରାସ୍ତାରେ ବିଜେପି କର୍ମୀମାନେ ରାସ୍ତା ଅବରୋଧ କରିଥିଲେ ।ଫଳରେ ସୋନପୁର-ସମ୍ବଲପୁର, ସୋନପୁର-ବଲାଙ୍ଗୀର ଓ ସୋନପୁର-ବୌଦ୍ଧ ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିଥିଲା । ବନ୍ଦକୁ ଆଖିଆଗରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି । ବନ୍ଦ ଶାନ୍ତିପୂର୍ଣ୍ଣ ଭାବରେ ଚାଲିଛି । ଜ଼ିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ୱରେ ବହୁକର୍ମୀ ମହାନଦୀ ରାସ୍ତାରେ ଚକା ଜାମ କରି ବନ୍ଦପାଳନ କରିଥିବାବେଳେ ତେଲନଦୀ ବ୍ରିଜଠାରେ ଜ଼ିଲ୍ଲା ଏସ ସି ମୋର୍ଚ୍ଚା ସାଧାରଣ ସମ୍ପାଦକ ଅନନ୍ତ ନାରାୟଣ ପାଣିଗ୍ରାହୀ, ବାବୁଲୁ କୁମ୍ଭାର ଏସସି ମୋର୍ଚ୍ଚା କାର୍ଯ୍ୟକାରିଣୀ , ଶ୍ରୀକାନ୍ତ ପାଣିଗ୍ରାହୀ ମୋର୍ଚ୍ଚା ସହ ସମ୍ପାଦକ, ମୋର୍ଚ୍ଚା ସଦସ୍ୟ ନବଘନ ସାଗର ଓ ଲମ୍ବୋଧର ସୁନା ପ୍ରମୁଖ ସକ୍ରିୟ ସାମିଲ ହୋଇ ରାସ୍ତା ରୋକ କରି ବନ୍ଦ ପାଳନକୁ ସଫଳ କରିଥିଲେ ।

hiranchal ad1
Leave A Reply

Your email address will not be published.

two + 10 =