ସହିଦ ସାମ୍ବାଦିକଙ୍କ ଏକାଦଶାହରେ ଯୋଗଦେଲେ ବିଭିନ୍ନ ଜିଲ୍ଲାର ଗଣମାଧ୍ୟମ ପ୍ରତିନିଧି

0 127

ସୁବର୍ଣ୍ଣପୁର,୧୭/୨- ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସହିଦ ହୋଇଥିବା କଳାହାଣ୍ଡି ଜ଼ିଲ୍ଲା ମୋହନଗିରି ବ୍ଲକର ଧରିତ୍ରୀ ପ୍ରତିନିଧି ସ୍ୱର୍ଗତ ରୋହିତ ବିଶ୍ୱାଳଙ୍କ ଏକାଦଶାହ କାର୍ଯ୍ୟ ଅବସରରେ ମୋହନଗିରି ଠାରେ ଗତକାଲି ଗ୍ରାମବାସୀଙ୍କ ପକ୍ଷରୁ ଏକ ଶୋକସଭାର ଆୟୋଜନ କରାଯାଇଥିଲା । ଓଡିଶା ସାମ୍ବାଦିକ ସଂଘର ରାଜ୍ୟ ସଭାପତି ଶ୍ରୀ ଶଶିଭୂଷଣ ପ୍ରହରାଜ, ଉପ ସଭାପତି ସୁଶାନ୍ତ ମହାପାତ୍ର, ରାଜ୍ୟ ସମ୍ପାଦକ ରାଜକିଶୋର ତ୍ରିପାଠୀ, ସୁବର୍ଣ୍ଣପୁର ଜିଲ୍ଲା ଶାଖା ସଭାପତି ମନୋରଞ୍ଜନ ତ୍ରିପାଠୀ, ସମ୍ପାଦକ ମହାଦେବ ମଲ୍ଲିକ, ଉଗ୍ରସେନ କର୍ମୀଙ୍କ ସମେତ ପାଖପଡୋଶୀ ଜ଼ିଲ୍ଲା ତଥା ରାଜ୍ୟର ବିଭିନ୍ନ ଜ଼ିଲ୍ଲାରୁ ବହୁ ସାମ୍ବାଦିକ, ମାନ୍ୟଗଣ୍ୟ ବ୍ୟକ୍ତି , କୁଲତା ସମାଜର ଶତାଧିକ ଲୋକେ ସ୍ୱର୍ଗତ ବିଶ୍ୱାଳଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣକରି ସ୍ମୃତିଚାରଣ କରିଥିଲେ । ସ୍ଥାନୀୟ କୁଲତା ସମାଜ ପକ୍ଷରୁ ଶ୍ରୀ ବିଶ୍ୱାଳଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଥିଲା । ଓଡିଶା ସାମ୍ବାଦିକ ସଂଘର ସୁବର୍ଣ୍ଣପୁର ଜ଼ିଲ୍ଲା ଶାଖା ଓ ଜ଼ିଲ୍ଲାର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ ଆଦାୟ କରାଯାଇଥିବା ସମୁଦାୟ ୧୧,୫୦୦ ଟଙ୍କା, ଓ ଜେ ୟୁ ଗଞ୍ଜାମ ଜ଼ିଲ୍ଲା ପକ୍ଷରୁ ୧୦ ହଜାର ଟଙ୍କା, କଳାହାଣ୍ଡି, ବୌଦ୍ଧ, ରାୟଗଡା, ସମ୍ବଲପୁର ଜ଼ିଲ୍ଲା ପ୍ରମୁଖ ବିଭିନ୍ନ ଜ଼ିଲ୍ଲାରୁ ଆର୍ଥିକ ସହାୟତା ପ୍ରଦାନକରି ଶ୍ରୀ ବିଶ୍ୱାଳଙ୍କ ପରିବାରକୁ ସମବେଦନା ଜ୍ଞାପନ କରାଯାଇଥିଲା । ସୁବର୍ଣ୍ଣପୁର ଜ଼ିଲ୍ଲା ସାମ୍ବାଦିକ ସଂଘ ସଭାପତି ତଥା ଲେଖକ ଗୋରେଖନାଥ ସାହୁ ବ୍ୟକ୍ତିଗତ ଭାବେ ୫୦୦୦/- (ପାଞ୍ଚ ହଜର ଟଙ୍କା ) ଚେକ ମାଧ୍ୟମରେ ସହାୟତା ପ୍ରଦାନ କରି ଟେଲିଫୋନ ମାଧ୍ୟମରେ ସ୍ୱର୍ଗତ ବିଶ୍ୱାଳଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଶ୍ୱାଳଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା, ପରିବାରର ଜଣକୁ ଚାକିରୀପ୍ରଦାନ ସହ ସମସ୍ତ ସୁବିଧା ଦେବାକୁ ଉଭୟ ସରକାରଙ୍କୁ ଦୃଢ଼ ଦାବୀ ଜଣାଇବାକୁ ପ୍ରତିଶ୍ରୁତି ଦେଇଥିଲେ । ପରେ ପରେ ମଦନପୁର – ରାମପୁର ନିକଟସ୍ଥ ଦୁଲେନ ଛକ ଠାରେ ଗତ ୫ ତାରିଖ ରେ ଘଟିଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟଣା ସ୍ଥଳକୁ ବିଭିନ୍ନ ଜ଼ିଲ୍ଲାର ସାମ୍ବାଦିକ ପରିଦର୍ଶନ କରିଥିଲେ । ଯେଉଁ ଜାଗାକୁ କି ଗତ ୫ ତାରିଖରୁ ଆଜିଯାଏ ସି- ଆର- ପି -ଏଫ, ବି -ଏସ -ଏଫ ର ୩ ବ୍ୟାଟେଲିଆନ, ପୋଲିସ ଅନୁସନ୍ଧାନ କାରୀ ସ୍ୱତନ୍ତ୍ର ସ୍କ୍ୱାର୍ଡ, ଡଗ୍‌ ସ୍କ୍ୱାର୍ଡ, ବମ ଡିଫ୍ୟିୁଜ୍‌ ସ୍କ୍ୱାର୍ଡ ପ୍ରତିଦିନ ବୁଲି ଅନୁସନ୍ଧାନ ଜାରି ରଖିଛନ୍ତି ।

hiranchal ad1
Leave A Reply

Your email address will not be published.

four × 5 =