ସୁବର୍ଣ୍ଣପୁରରେ ଶିଳ୍ପ ନିର୍ଦ୍ଦେଶକଙ୍କ ସମୀକ୍ଷା ବୈଠକ

0 99

ସୁବର୍ଣ୍ଣପୁର,୧୩/୧୧- ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସାଦିକ ଆଲମ , ଆଇଏଏସଙ୍କ ଏକ ସମୀକ୍ଷା ବୈଠକ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଆବୋଲି ସୁନୀଲ ନରୱାଣେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରି ସମସ୍ତ ବିଭାଗୀୟ ଅଧିକାରୀ ଯତ୍ନବାନ ସହ ସମୟ ଅବଧିରେ ଲୋକଙ୍କୁ ସୁବିଧା ଯୋଗାଇବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ସମୀକ୍ଷା ବୈଠକରେ ସୁବର୍ଣ୍ଣପୁର ଜିଲ୍ଲାରେ ଅଣୁ , କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ବିକାଶରେ ସମସ୍ତଙ୍କ ସହଯୋଗରେ କିଭଳି ସ୍ଥାନୀୟ ନିଯୁକ୍ତିର ଅଭିବୃଦ୍ଧି ହେବା ସହିତ ବେରୋଜଗାରୀ ଯୁବକଙ୍କୁ ଆତ୍ମନିର୍ଭରଶୀଳ କରାଯାଇପାରିବ ସେଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା । ଏହାସହିତ ପିଏମଜିପି, ପି ଏମ ଏଫ ଏମ ଇ ଯୋଜନାର ସମୀକ୍ଷା କରାଯାଇଥିଲା । ସୁବର୍ଣ୍ଣପୁର ଜିଲ୍ଲାରେ ଏମଏସଏମ ଇପାର୍କ ଗଠନ ପାଇଁ ଇଡ଼କୋ ତରଫରୁ ନିଆଯାଇଥିବା ଯୋଜନା ସମ୍ପର୍କରେ ବିଷଦ ଭାବରେ ଆଲୋଚନା କରାଯାଇଥିଲା । ଉକ୍ତ ବୈଠକରେ ଏଲ ଡି ଏମ, ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ବ୍ୟାଙ୍କର ଅଧିକାରୀ, ଇଡକୋ, ପ୍ରଦୂଷଣ ବୋର୍ଡର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ଉଦ୍ୟୋଗୀ ମାନଙ୍କୁ ସରକାରଙ୍କ ଯୋଜନା କିଭଳି ଭାବରେ ଠିକ ସମୟରେ ଉପଲବ୍ଧ ହୋଇପାରିବ ତଥା ବିଭିନ୍ନ ଯୋଜନାର ସୁଫଳ ଉଦ୍ୟୋଗୀମାନେ କିଭଳି ପାଇପାରିବେ ସେ ଉପରେ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଇଥିଲେ ଶିଳ୍ପ ନିର୍ଦ୍ଦେଶକ । ଉକ୍ତ ବୈଠକକୁ ହସ୍ତଶିଳ୍ପ ବିକାଶ ଅଧିକାରୀ ଶ୍ରୀ ଦେବାଶିଷ ମିଶ୍ର ପରିଚାଳନା କରିଥିବାବେଳେ ଜିଲ୍ଲା ଶିଳ୍ପକେନ୍ଦ୍ରର ସାଧାରଣ ପରିଚାଳକ ଶ୍ରୀ ବଳଭଦ୍ର ନାୟକ ପ୍ରାରମ୍ଭିକ ଅତିଥି ପରିଚୟ ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

8 + two =