ତେଲ ନଦୀ ପୋଲ ଉପରେ ଝୁଲି ରହିଲା ଟ୍ରକ, ଅଳ୍ପକେ ବଞ୍ଚିଗଲେ ଡ୍ରାଇଭର ଓ ହେଲପର

0 297

ସୁବର୍ଣ୍ଣପୁର: ୫୭ ନଂ ଜାତୀୟ ରାଜପଥ ନମ୍ୱର ସୁବର୍ଣ୍ଣପୁର ସଦର ଓ ମନ ମୁଣ୍ଡା ସହର ମଧ୍ୟରେ ଯାଇଥିବା ତେଲ ନଦୀ ପୋଲ ଉପରେ ଭାରସାମ୍ୟ ହରାଇ ପୋଲ ବାଡ଼ାକୁ ଧକ୍କା ଦେଇ ଏକ ଟମାଟୋ ବୋଝେଇ ଟ୍ରକ୍‌ ଗତ ରାତିରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ବାଡ଼ାକୁ ଧକ୍କା ଦେଇ ଟ୍ରକ୍‌ଟି ବ୍ରିଜ ତଳକୁ ଝୁଲି ରହିଥିଲା । ଫଳରେ ମନ ମୁଣ୍ଡା ଓ ସୋନପୁର ପଟରେ ଶହ ଶହ ଯାନ ବାହାନ ଅଟକି ରହିଥିଲା । ମନମୁଣ୍ଡା ଓ ସୋନପୁର ଡ୍ରାଇଭର ମହାସଂଘ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ । ଘଟଣା ସ୍ଥଳରେ ମନମୁଣ୍ଡା ପୋଲିସ ରାତିସାରା ଜଗି ରହିଥିଲା । ଦୁର୍ଘଟଣାରୁ ଗାଡିଚାଳକ ଓ ହେଲପର ଅଳ୍ପକେ ରକ୍ଷା ପାଇଥିବା ବେଳେ ଆଜି ସକାଳୁ ଏକ ହାଇଡ୍ରା ସାହାଯ୍ୟରେ ଗାଡ଼ିକୁ ଝୁଲନ୍ତା ଅବସ୍ଥାରୁ ଉଦ୍ଧାର କରାଯାଇଛି ।

hiring

ମିଳିଥିବା ସୂଚନାମତେ ଗତକାଲି ରାତ୍ର ୧୨ ଘଣ୍ଟା ୩୦ ମିନିଟ ସମୟରେ ଟ୍ରକ୍‌ଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ସକାଳ ୬ ଟା ପର୍ଯ୍ୟନ୍ତ ଝୁଲି ରହିଥିଲା ଓଡି ୦୨ ବିୟୁ ୯୯୮୯ନମ୍ବର ଥିବା ଏହି ଟ୍ରକ୍‌ଟି ବଲାଙ୍ଗୀରରୁ ଭବନେଶ୍ୱର ଅଭିମୁଖେ ଯାଉଥିଲା । ପ୍ରକାଶଯୋଗ୍ୟ ଯେ ଏହି ବ୍ରିଜଟି ବହୁପୁରୁଣା ଓ ଅଣ ଓସାରିଆ ଥିବା ଯୋଗୁଁ ମଝିରେ ମଝିରେ ଏପରି ଛୋଟବଡ ଦୁର୍ଘଟଣା ମାନ ଘଟିଥାଏ । ଯେହେତୁ ବର୍ତ୍ତମାନ ଗାଡ଼ି ଚଳାଚଳ ବୃଦ୍ଧିପାଇଛି ଓ ଏପରିସ୍ଥଳେ ଅନବରତ ଭାବରେ ଭାରିଯାନ ଚଳାଚଳ କରୁଛି । ତେଣୁ ତେଲନଦୀ ଉପରେ ଅନ୍ୟ ଏକ ସେତୁ ନିର୍ମାଣ କରିବାକୁ ଉଭୟ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ଜନସାଧାରଣ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

1 + 16 =