ସୋନପୁର ବ୍ଲକଛକ ଠାରେ ଦିର୍ଘ ୪୦ବର୍ଷ ରୁ ଉର୍ଦ୍ଧ୍ବ ଧରି ଦୋକାନ କରି ଗୁଜୁରାଣ ମେଣ୍ଟଉଥିବା ଦୋକାନୀ ମାନଙ୍କୁ ବିଭିନ୍ନ ସମୟରେ ରାସ୍ତା ପ୍ରସସ୍ତିକରଣ ନାରେ ବାରମ୍ବାର ଉଚ୍ଛେଦ କରି ନୁତନ ଷ୍ଟଲ ନିର୍ମାଣ ହେଲେ ତମକୁ ହିଁ ଦିଆଯିବ ବୋଲି ଆଗରୁ ପୌର ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦିଆଯାଇଥିଲେ ହେଁ ବର୍ତ୍ତମାନ ନିର୍ମାଣଧିନ ଉକ୍ତ ଷ୍ଟଲ ସବୁ କୁ ତାଙ୍କୁ ଦିଆନଯାଇ ସହର ର କିଛି ଧନିକ ଶ୍ରେଣୀ ବ୍ୟକ୍ତି ଙ୍କୁ ପ୍ରଦାନ କରାଯାଇଛି I ଯେଉଁଥି ପାଇଁକି ସ୍ଥାନୀୟ ଅଞ୍ଚଳର ଦୋକାନୀ ମାନେ ଉକ୍ତ କଥାର ପ୍ରତିବାଦରେ ଆଜି ସୋନପୁର ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବାସହ ତାଙ୍କୁ ପ୍ରଥମେ ଷ୍ଟଲ ପ୍ରଦାନ କରି ଥଇଥାନ କରିବା ପାଇଁ ଦାବି ଜଣାଇ ନିର୍ବାହୀ ଅଧିକାରୀ ଙ୍କୁ ଏକ ସ୍ମାରକପତ୍ର ପ୍ରଦାନକରିଥିଲେ ।