ଶ୍ରୀକ୍ଷେତ୍ର ଯୁବ ସାଂସ୍କୃତିକ ସଂସଦର ଜିଲାସ୍ତରୀୟ ପ୍ରତିଯୋଗିତା

0 175

ପୁରୀ : ପୁରୀର ସଂସ୍କୃତିକ ତଥା ସାମାଜିକ ଅନୁଷ୍ଟାନ ଶ୍ରୀକ୍ଷେତ୍ର ଯୁବ ସାଂସ୍କୃତିକ ସଂସଦ ଆନୁକୂଲ୍ୟରେ ଚଳିତ ମାସ ୨୮ ଏବଂ ୨୯ ତାରିଖ ଦୁଇଦିନ ଧରି ପୁରୀ ସ୍ୱର୍ଣ୍ଣାଭ ବେଳାଭୂମୀ ଠାରେ ୪୪ ତମ କୁମାର ଉତ୍ସବ ପାଳନ କରାଯିବ । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରରୁ କଳାକାର ମାନଙ୍କ ସହ ହିନ୍ଦୀ ସିନେମାର କ୍ଷାତିସମ୍ପନ୍ନ କଣ୍ଠଶିଳ୍ପୀ ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତେବେ କାର୍ଯ୍ୟକ୍ରମ ପୂର୍ବରୁ ଅନୁଷ୍ଠାନ ପକ୍ଷରୁ ରବିବାର ଭୋଳନଥ ବିଦ୍ୟାପୀଠରେ ବିଦ୍ୟାଳୟର ଛାତ୍ରୀ ଛାତ୍ର ମାନଙ୍କୁ ନେଇ ଜିଲା ସ୍ତରୀୟ ଇଣ୍ଟର ସ୍କୁଲ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠାନର କ୍ରୀଡା ସଂପାଦକ ଗୋପିନାଥ ସ୍ୱାଇଁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଅଙ୍କଦୌଡ , ଚିତ୍ରାଙ୍କନ , ଲିଟିଲ୍‌ ମିସ୍‌ ଓ ଲିଟିଲ୍‌ ମାଷ୍ଟର , ପେରର କ୍ରର୍ପ୍ଟ , ସ୍ପେଲିଂ ବି , ଏକକ ନୃତ୍ୟ (ସିନିୟର , ଓ ଜୁନିଅର) ବେଲୁନ୍‌ ବ୍ଲାଷ୍ଟ ଓ ମୁଜିକ୍‌ ଚେୟାର ଆଦି ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କୁ ମଧ୍ୟରେ କରାଯାଇଥିଲା । ଜିଲାର ବିଭିନ୍ନ ବ୍ଲକ୍‌ରୁ ୧୦୦୦ରୁ ଉର୍ଦ୍ଧ୍ୱ ଛାତ୍ରୀ ଛାତ୍ର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ପିଲାମାନଙ୍କ ଲୁକାୟତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ପିଲାମାନଙ୍କୁ ପୋତ୍ସାହିତ କରିବା ଉଦେଶ୍ୟରେ ଅନୁଷ୍ଠାନ ପକ୍ଷରୁ ପ୍ରତ୍ୟକ ବର୍ଷ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି ।

hiring

ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀମାନଙ୍କୁ ଅନୁଷ୍ଟାନ ପକ୍ଷରୁ ଚଳିତ ମାସ ୨୮ ଏବଂ ୨୯ ତାରିଖ ଦୁଇଦିନ ଧରି ବେଳାଭୂମିରେ ଆୟୋଜିତ ହେବାକୁ ଥିବା ୪୪ ତମ କୁମାର ଉତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମରେ ମାନପତ୍ର ଏବଂ ଟ୍ରଫି ପ୍ରଦାନ କରାଯିବ ବୋଲି ସାଧାରଣ ସଂପାଦକ ସଦାଶିବ ନାୟକ ସୂଚନା ପ୍ରଦାନ କରିଛନ୍ତି । ପ୍ରତିଯୋଗିତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପ୍ରାକ୍ତନ ବାଚସ୍ପତି ମହେଶ୍ୱର ମହାନ୍ତି ଯୋଗଦାନ କରିଥିବା ବେଳେ ସମ୍ମାନିିତ ଅତିଥି ଭାବରେ ପ୍ରାକ୍ତନ ନଗରପାଳ ସୁରେନ୍ଦ୍ର ନାଥ ଦାଶ, ଷ୍ଟାଲିନ୍‌ ପରିଜା, ବରିଷ୍ଠ ସେବାୟତ ଭଗବାନ ସୁଆର, ସାଂସଦଙ୍କ ପ୍ରତିନଧି ଘନଶ୍ୟାମ ମର୍ଦ୍ଧରାଜ ଏବଂ ଅନୁଷ୍ଠାନର ଉପଦେଷ୍ଟା ତଥା ବିଜେଡି ନେତା ଭକ୍ତ ଚରଣ ଦାସ ପ୍ରମୁଖ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ପ୍ରତିଯୋଗିତାକୁ ଅନୁଷ୍ଠାନର ଉପଦେଷ୍ଟା ବିଜୟ କୁମାର ଆପଟ, ଜିତେନ୍ଦ୍ରନାଥ ଦାସ ମହାପାତ୍ର, କାର୍ଯ୍ୟକାରୀ ସଭାପତି, ରାଜେନ୍ଦ୍ର ନାରାୟଣ ହରିଚନ୍ଦନ, କ୍ରୀଡା ସହ ସଂପାଦକ ପ୍ରଶାନ୍ତ ମୁଦିଲି, ବିକ୍ରମ ପରିଡା, କାର୍ଯ୍ୟାଳୟ ସଂପାଦକ ଜଗମୋହନ ପଟ୍ଟନାୟକ , କାର୍ଯ୍ୟକାରୀ ସଭ୍ୟ ଦୀପକ କୁମାର ସାହୁ, ଲକ୍ଷ୍ମୀ ନାରାୟଣ ପଣ୍ଡା, ଅମୀୟ ପ୍ରସାଦ ନାଗ, ରୁଦ୍ର ନାରୟଣ ମିଶ୍ର, ହରେକୃଷ୍ଣ ମିଶ୍ର, ଅଭିନଭ ପ୍ରଧାନ, କାର୍ଯ୍ୟକାରୀ ସଭ୍ୟା ସରସ୍ୱତୀ ମହାନ୍ତି, ଜ୍ୟୋର୍ତିମୟୀ ବିଶ୍ୱାଳ, ମନିଷା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

8 + fourteen =