ଭଉଁରୀରେ ଜଳକ୍ରୀଡ଼ା କଲେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା

0 148

ଶ୍ରୀକ୍ଷେତ୍ରରେ ପବିତ୍ର ଅକ୍ଷୟ ତୃତୀୟାରୁ ଚାଲିଥିବା ୨୧ଦିନ ବ୍ୟାପୀ ବାହାର ଚନ୍ଦନଯାତ୍ରାର ଆଜି ଅନ୍ତିମ ଦିନ । ଶ୍ରୀମନ୍ଦିରରେ ଯାତଭୋଗ ସରିବା ପରେ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀକୁ ଯାଇ ଜଳକ୍ରୀଡ଼ା କରିଛନ୍ତି । ଭଉଁରୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଜଳକ୍ରୀଡ଼ା କରିଥିବା ବେଳେ ହଜାର ହଜାର ଭକ୍ତଙ୍କ ଗହଣରେ ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ଏହି ଯାତ୍ରା ଶାନ୍ତିଶୃଙ୍ଖଳାର ଶେଷ ହୋଇଛି ।
ଦୋଳେଚ ଦୋଳଗୋବିନ୍ଦ, ଚାପେଚ ମଧୁସୂଦନ, ରଥେତୁ ବାମନଂ ଦୃଷ୍ଟା ପୁନର୍ଜନ୍ମ ନ ଲଭ୍ୟତେ । ଅର୍ଥାତ ଚାପରେ ଭକ୍ତ ମଧୁସୂଦନ ରୂପରେ ପ୍ରଭୁଙ୍କୁ ଦର୍ଶନ କଲେ ପୁନର୍ଜନ୍ମ ହୁଏନାହିଁ । ମାନବୀୟ ଲୀଳାଖେଳା କରୁଥିବା ମହାପ୍ରଭୁ ସାଧାରଣ ମଣିଷ ପରି ପ୍ରଚଣ୍ଡ ରୌଦ୍ରତାପ ଓ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ଜଳକ୍ରୀଡ଼ା କରିଥାନ୍ତି । ଅକ୍ଷୟ ତୃତୀୟା ତିଥିରୁ ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ଆରମ୍ଭ ହୋଇଥିଲା । ୨୧ଦିନ ବ୍ୟାପୀ ବାହାର ଚନ୍ଦନଯାତ୍ରା ଯାତ୍ରାର ଆଜି ଅନ୍ତିମପର୍ବ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଯାତଭୋଗ ସରିବା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଓ ଶ୍ରୀକ୍ଷେତ୍ରର ପଞ୍ଚପାଣ୍ଡବ ପାଲିଙ୍କି ଓ ବିମାନରେ ଏକ ବିରାଟ ପଟୁଆରରେ ଘଣ୍ଟ, ଛତା, କାହାଳୀ ସହ ଭକ୍ତଙ୍କ ହରିବୋଲ ଧ୍ୱନିରେ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରିବା ପରେ ପୁଷ୍କରିଣୀର ଅଗ୍ନିକୋଣରୁ ଐସାନ୍ୟ କୋଣ ପର୍ଯ୍ୟନ୍ତ ୭ ଘେରା ଲେଖାଏଁ ୨୧ଘେରା ଜଳକ୍ରୀଡ଼ା କରିଥିଲେ ।

hiring


ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ସମଗ୍ର ବଡ଼ଦାଣ୍ଡରେ ସୃଷ୍ଟି ହୋଇଥିଲା ଭକ୍ତିମୟ ପରିବେଶ । ଶ୍ରୀମନ୍ଦିର ଠାରୁ ନରେନ୍ଦ୍ର ପୁଷ୍କରିଣୀ ଓ ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ୱରେ ଭକ୍ତଙ୍କ ଗହଳି ଲାଗିଥିଲା । ପାରମ୍ପରିକ ବାଦ୍ୟ ତଥା ଭଜନ କୀର୍ତ୍ତନ ପଟୁଆରରେ ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଓ ପଞ୍ଚମହାଦେବ ନରେନ୍ଦ୍ର ପୁଷ୍କରିଣୀକୁ ଯାଇ ନନ୍ଦା ଓ ଭଦ୍ରା ଚାପରେ ୨୧ ଘେରା ଜଳକ୍ରୀଡା କରିଛନ୍ତି । ସିଂହଦ୍ୱାର ଠାରୁ ବଡ଼ଦାଣ୍ଡ, ମାର୍କେଟଛକ ଓ ନରେନ୍ଦ୍ର ପୁଷ୍କରିଣୀ ସମେତ ବିଭିନ୍ନ ପ୍ରବେଶ ପଥରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ କରାଯାଇଥିଲା । ଚନ୍ଦନ ଚକଡ଼ାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁସଜ୍ଜିତ କରାଯାଇଥିଲା । ସୁସଜ୍ଜିତ ନନ୍ଦା ଓ ଭଦ୍ରା ଚାପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରାତି ପର୍ଯ୍ୟନ୍ତ ଜଳକ୍ରୀଡ଼ା କରିଛନ୍ତି ।

hiranchal ad1
Leave A Reply

Your email address will not be published.

18 + 9 =