ଭୁବନେଶ୍ୱର: ଏଫ୍ଏମ୍ ଅଟୋନୋମସ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ଓଡ଼ିଶା କଂଗ୍ରେସ ପକ୍ଷରୁ ଆସନ୍ତାକାଲି ଅର୍ଥାତ ଗୁରୁବାର ବନ୍ଦ ଡ଼ାକରା ଦିଆଯାଇଛି। ଏହାକୁ ନେଇ ରାଜ୍ୟ ପେଟ୍ରୋଲ ଡିଲର୍ ଆସୋସିଏଶନ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଏହି ଦିନ ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବ। ଏନେଇ ପେଟ୍ରୋଲ ଡିଲର୍ ଆସୋସିଏଶନ ସଭାପତି ଶଶାଙ୍କ ଶେଖର ସାହୁ ସୂଚନା ଦେଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ସକାଳ ୬ରୁ ପେଟ୍ରୋଲ ପମ୍ପ ବନ୍ଦ ରହିବାକୁ ଥିବା ବେଳେ ସନ୍ଧ୍ୟା ୬ ପରେ ଖୋଲିବ। ସରକାର ସୁରକ୍ଷା ଦେବା ପରେ ପେଟ୍ରୋଲ ପମ୍ପ ଖୋଲିବ। ତେବେ ୩ ଡିପୋ ସହ ରାଜ୍ୟର ୩ ହଜାରରୁ ଅଧିକ ପେଟ୍ରୋଲ ପମ୍ପ ବନ୍ଦ ରହିବ ବୋଲି ସେ ସୂଚନା ଦେଇଛନ୍ତି।
