ହାଇମାକ୍ସ ଲାଇଟ ସଂସ୍ପର୍ଶରେ ଆସି ଛାତ୍ରୀଙ୍କ ମୃତ୍ୟୁ

0 103

ଜୟପୁର:  କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକ ଦିଗାପୁର ହାଇସ୍କୁଲରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ରୀଙ୍କ ନାମ ସବିତା ମାଠପଡିଆ ବୋଲି ଜଣାପଡିଛି । ତାଙ୍କ ଘର ବୈପାରୁଗୁଡ଼ା ବ୍ଲକ ଭାଲୁଗୁଡ଼ାରେ , ସେ ଏହି ବିଦ୍ୟାଳୟରେ ହଷ୍ଟେଲ୍‌ରେ ରହି ପାଠ ପଢୁଥିଲେ ।

hiring

ଖବର ଅନୁଯାୟୀ, ଗୁରୁବାର ସକାଳ ସମୟରେ ସେ ହଷ୍ଟେଲରେ ଥିବା ହାଇମାକ୍ସ ଲାଇଟ ସଂସ୍ପର୍ଶରେ ଆସିଥିଲା । ଯାହାଫଳରେ ତାଙ୍କୁ ଯୋରଦାର ବିଦ୍ୟୁତ୍‌ ଝଟ୍‌କା ଲାଗିଥିଲା । ଏହାପରେ ତୁରନ୍ତ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ଜୟପୁର ସ୍ଥିତ ଜିଲ୍ଲା ଡାକ୍ତାରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକକ୍ତର ସେଠାରେ ମୃତ୍ୟୁ ଘୋଷଣା କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

hiranchal ad1
Leave A Reply

Your email address will not be published.

17 + 4 =