ସାମ୍ବାଦିକ ସଞ୍ଜୟ ସାହୁଙ୍କ ମାତୃ ବିୟୋଗ

0 226

ସୁବର୍ଣ୍ଣପୁର୧୦/୫- ଗତ କାଲି ସନ୍ଧ୍ୟାରେ ବୁର୍ଲା କୋଭିଡ ମେଡିକାଲରେ ସୁବର୍ଣ୍ଣପୁର ଜିଲ୍ଲାର ରାମପୁର (ବଡ଼କରଲେ) ଗାଁ ର ୬୭ ବର୍ଷୀୟା ମହିଳା ତଥା ରାମପୁର, ସୋନପୁର ଅଞ୍ଚଳର ଯୁବ ସଂଗଠକ, ଶିକ୍ଷକ, ଯାଦୁଗର ତଥା ସାମ୍ବାଦିକ ସଞ୍ଜୟ କୁମାର ସାହୁଙ୍କ ମାତା କୌଶଲ୍ୟା ସାହୁଙ୍କ ଦେହାନ୍ତ ହୋଇଯାଇଛି । ଏ ଖବର ଆଜି ରାମପୁର ତଥା ସୋନପୁର ଅଞ୍ଚଳରେ ଓ ସାମ୍ବାଦିକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ଶ୍ରୀମତୀ ସାହୁ ଜଣେ ଅତ୍ୟନ୍ତ ଭଦ୍ର, ମେଳାପୀ, ଓ ଅମାୟିକ ମହିଳା ଥିବାବେଳେ ଗତ ୭ ତାରିଖ ରୁ ସେ କୋଭିଡରେ ସଂକ୍ରମିତ ହୋଇ ପ୍ରଥମେ ରାମପୁର ସିଏଚସିରେ ଚିକିତ୍ସିତ ହେଉଥିବାବେଳେ ଅକ୍ସିଜେନ କମିଯିବାରୁ ପରେ ବୁର୍ଲା ମେଡିକାଲରେ ଭର୍ତ୍ତିର୍ି ହୋଇଥିଲେ । ଆଜି ସକାଳ ୧୦ ଟାବେଳେ ବୁର୍ଲା ଶ୍ମ୍ମଶାନ ଘାଟରେ ସରକାରୀ ସହାୟତାରେ କୋଭିଡ ନିୟମରେ ଶବ ସଂସ୍କାର କରାଯାଇଥିବା ବେଳେ ବଡ ପୁଅ ସୁରେଶ ମୁଖାଗ୍ନି ଦେଇଥିଲେ । ପୁତ୍ର ସଞ୍ଜୟ, ସାନ ପୁଅ ଶରତ ସାହୁ ି ସ୍ୱର୍ଗୀୟ ମାତା ଙ୍କ ଅନ୍ତିମ ଦର୍ଶନ କରିଥିଲେ । ଆଜି ଖବର ପାଇ ସୁବର୍ଣ୍ଣପୁର ଜ଼ିଲ୍ଲା ସାମ୍ବାଦିକ ସଂଘ ସଭାପତି ଗୋରେଖ ନାଥ ସାହୁ, ସମ୍ପାଦକ ବ୍ୟୋମକେଶ ଦାଶ, ଓଡିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଶାଖା ସଭାପତି ମନୋରଞ୍ଜନ ତ୍ରିପାଠୀ, ସମ୍ପାଦକ ମହାଦେବ ମଲ୍ଲିକ, ଓଡିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ସୁବର୍ଣ୍ଣପୁର ଶାଖା ସଭାପତି ସନ୍ତୋଷ ମିଶ୍ର, ସମ୍ପାଦକ ନିରଞ୍ଜନ ମିଶ୍ରଙ୍କ ସମେତ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର, ତୀର୍ଥବାସୀ ପଣ୍ଡା, ଗଣପତି ବାଗ, ପ୍ରକାଶ ବେବର୍ତ୍ତା, ପିତାମ୍ବର ମହାପାତ୍ର ପ୍ରମୁଖ ସହରର ସମସ୍ତ ଗଣମାଧ୍ୟମ ଓ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରି ସ୍ୱର୍ଗୀୟ ଆତ୍ମାର ଶାନ୍ତି ଓ ସଦଗତି କାମନା କରିଛନ୍ତି ।

hiranchal ad1
Leave A Reply

Your email address will not be published.

five + sixteen =