ଆଭାସୀ ବାଳ ମୁକୁନ୍ଦ କାର୍ଯ୍ୟକ୍ରମରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ

0 82

ପାରଳାଖେମୁଣ୍ଡି : କୌଣସି ପ୍ରୟାସ ଅସୁବିଧାରୁ ମୁକ୍ତ ନୁହେଁ, ଏବଂ ଲକ୍ଷ୍ୟ ଯେତେ ଅଧିକ ହେବ, ବାଧାବିଘ୍ନଗୁଡ଼ିକ ସେତେ ଅଧିକ ଠିଆ ହେବ । ଏପରି କ’ଣ ଥାଏ ଯାହା ଦ୍ୱାରା ଅନ୍ୟମାନେ ନିରାଶ ହୋଇଥିବାବେଳେ କିଛି ଲୋକ ଆଶା ନ ଛାଡି ଲକ୍ଷ୍ୟ ପଥରେ ଆଗେଇ ଚାଲିଥାନ୍ତି । ପୁନଶ୍ଚ, ପ୍ରେରଣା ହେଉଛି ସେହି ଇନ୍ଧନ ଯାହା ଆମକୁ ସବୁଠୁ ବଡ ବାଧାବିଘ୍ନ ସମୟରେ ମଧ୍ୟ ଅଗ୍ରସର କରାଇ ଚାଲିଥାଏ । ସ୍ୱାମୀ ମୁକୁନ୍ଦାନନ୍ଦ ଜୀଙ୍କ ଏହି ବାର୍ତ୍ତାକୁ ବାଳ ମୁକୁନ୍ଦ କେନ୍ଦ୍ରର ପ୍ରଧାନ ଆଚାର୍ଯ୍ୟ ସ୍ୱାମୀ ନିଗମାନନ୍ଦ ଜୀ ନେତାଜୀ ସୁବାଷଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ରବିବାର ଆଭାସୀ ବାଳ ମୁକୁନ୍ଦ କାର୍ଯ୍ୟକ୍ରମରେ ପିଲାମାନଙ୍କୁ ବୁଝାଇଥିଲେ । ଏଥିରେ ମୁଖ୍ୟ ଅତିଥି ରୂପେ ରାଷ୍ଟ୍ରପ୍ରେମୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ପରେ ଆଚାର୍ଯ୍ୟା ମନୋରମା ପତି ଓଡ଼ିଆ ବୀରପୁତ୍ର ଦ୍ୱୟଙ୍କ ବିଷୟରେ ପିଲାମାନଙ୍କ ସହିତ ଆଲୋଚନା କରିଥିଲେ । ଏଥିରେ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ସହଯୋଗ କରିବା ସହିତ ସମସ୍ତ କାର୍ଯ୍ୟକ୍ରମକୁ ତୁଲାଇଥିଲେ ।

hiranchal ad1
Leave A Reply

Your email address will not be published.

15 − 6 =