ନିଟ ପିଜିରେ ସର୍ବଭାରତୀୟ 1291 ରାଙ୍କରେ ସଫଳତା

0 113

ବୌଦ୍ଧ : ବୌଦ୍ଧ ଜିଲ୍ଲା ପଲସାଗୋରା ଶିକ୍ଷକ ନୀଳମଣି ପଣ୍ଡା ଓ ଶିକ୍ଷୟତ୍ରୀ ଜାହ୍ନବୀ ମିଶ୍ରଙ୍କ କନିଷ୍ଠ ପୁତ୍ର ଡଃ ଶିଶିର କୁମାର ପଣ୍ଡା ସର୍ବଭାରତୀୟ ନିଟ ପିଜି ପରୀକ୍ଷାରେ ବିନା କୋଚିଙ୍ଗରେ ଭାରତୀୟ ରାଙ୍କ ୧୨୯୧ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଡଃ ଶିଶିର ପଲସାଗୋର ସରକାରୀ ସ୍କୁଲରୁ ପ୍ରାଥମିକ ଶିକ୍ଷା ଓ ସୋନପୁର ସାହାରା ସ୍କୁଲରୁ ଉଚ୍ଚ ପ୍ରାଥମିକ ଶିକ୍ଷା ପରେ ଓ ୨୦୧୪ ମସିହାରେ +୨ ରୁ ଉତ୍ତୀର୍ଣ୍ଣ ହେବା ପରେ ସେହି ବର୍ଷ ମଧ୍ୟ ବିନା କୋଚିଙ୍ଗରେ ଏମ ବି ବି ଏସ ପାଇଥିଲେ ଓ VIMSAR ରେ ଡିଗ୍ରୀ ହାସଲ କରିଥିଲେ। ଏବେ ସେ ଜଣେ ଭଲ ଭେଷଜ ବିଶେଷଜ୍ଞ ହେବା ସହ ନିଜ ଅଞ୍ଚଳର ସେବା କରିବାକୁ ଲକ୍ଷ୍ୟ ଥିବା କହିଛନ୍ତି। ସେ ଜଣେ ଭଲ ଡାକ୍ତର ହେବା ସଙ୍ଗେ ସଙ୍ଗେ ଜଣେ ଭଲ ମଞ୍ଚ କଳାକାର ମଧ୍ୟ। ଜଣେ ମଧ୍ୟବିତ୍ତ ପରିବାରରୁ ଆସିଥିବା ଏହି ଡାକ୍ତର ମେଡିକାଲ ପାଇବାକୁ କୋଚିଙ୍ଗକୁ ଗୁରୁତ୍ଵ ନ ଦେଇ ନିଜ ଅଧ୍ୟବସାୟକୁ ବେଶୀ ଗୁରୁତ୍ଵ ଦେବା ଉଚିତ୍ ବୋଲି କହିଛନ୍ତି।

hiranchal ad1
Leave A Reply

Your email address will not be published.

3 − 2 =