ଆସିଲା କୋର୍ଟ ରାୟ, ସୁମିତଙ୍କ ଘରେ ରହିବେ ତପସ୍ୱିନୀ

0 126

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଡାକ୍ତର ସୁମିତ-ତପସ୍ୱିନୀ ବୈବାହିକ ବିବାଦ ମାମଲା ଆଜି ନିର୍ଣ୍ଣାୟକ ମୋଡରେ ପହଞ୍ଚିଛି । ଉଭୟ ସୁମିତ ଓ ତପସ୍ୱିନୀ ଏଣିକି ଏକାଠି ରହିବେ । ସୁମିତଙ୍କ ଘରେ ତପସ୍ୱିନୀ ଏକାଠି ରହିବା ନେଇ ଜିଲ୍ଲା କୋର୍ଟ ଆଜି ରାୟ ଦେଇଛନ୍ତି । ରାୟ ଅନୁଯାୟୀ ସୁମିତ ତପସ୍ୱନୀଙ୍କୁ ମାସିକ ଖର୍ଚ୍ଚ ବାବଦକୁ ୧୭ ହଜାର ଟଙ୍କା ଦେବେ । କୋର୍ଟଙ୍କ ଏହି ରାୟକୁ ତପସ୍ୱିନୀଙ୍କ ବିଜୟ ବୋଲି ବିବେଚନା କରାଯାଉଛି । ଆଜି ଏହି ରାୟ ଆସିବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ସରଗରମ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଯାଇଛି । ତେବେ ଏହି ରାୟ ଉପରେ ସୁମିତ କ’ଣ ପଦକ୍ଷେପ ନେଉଛନ୍ତି ତାହାକୁ ଅପେକ୍ଷା ।

hiranchal ad1
Leave A Reply

Your email address will not be published.

16 + 13 =