ହାଇକୋର୍ଟ ଯିବେ ସୁମିତ

0 72

ବ୍ରହ୍ମପୁର : ଡାକ୍ତର ସୁମିତ-ତପସ୍ୱିନୀ ଦାମ୍ପତ୍ୟ ବିବାଦ ମାମଲା ତୁଟିବା ପରିବର୍ତ୍ତେ ଅଧିକ ଜଟିଳ ହେଉଛି । ଆଜି ଜିଲ୍ଲା ଜଜ୍‌ କୋର୍ଟଙ୍କ ରାୟକୁ ନେଇ ତପସ୍ୱିନୀ ବେଶ୍‌ ଖୁସି ଥିଲେ । କିନ୍ତୁ ତାଙ୍କ ପାଇଁ ପୁଣି ଚିନ୍ତା ବଢିଛି । କାରଣ ସ୍ୱାମୀ ସୁମିତ ସହଜରେ ହାର ମାନିଲା ଭଳି ସ୍ଥିତିରେ ନଥିବା ଅନୁଭୂତ ହେଉଛି । ସୁମିତ ଏହି ମାମଲାରେ ହାଇକୋର୍ଟ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଜିଲ୍ଲା ଜଜ୍‌ କୋର୍ଟଙ୍କ ରାୟକୁ ହାଇକୋର୍ଟରେ ସେ ଚାଲେଂଜ କରିବେ । ତାଙ୍କ ଓକିଲ ସୁରେନ୍ଦ୍ର ବେହେରା ଏନେଇ ସୂଚନା ଦେଇ କହିଛନ୍ତି ଯେ ଜିଲ୍ଲା ଜଜ୍‌ କୋର୍ଟଙ୍କ ରାୟରେ ଆମେ ସନ୍ତୁଷ୍ଟ ନୋହୁଁ । ଜିଲ୍ଲା ଜଜ୍‌ କୋର୍ଟ ରାୟ ବିରୋଧରେ ଆମେ ହାଇକୋର୍ଟ ଯିବୁ । ପ୍ରକାଶଥାଉ କି,ସୁମିତଙ୍କ ଘରେ ତପସ୍ୱିନୀ ରହିବା ପାଇଁ ଆଜି ରାୟ ଦେଇଥିଲେ ଜିଲ୍ଲା କୋର୍ଟ । ଘରେ ରହିବା ସହ ୧୭ ହଜାର ଟଙ୍କା ମାସିକ ଦେବାକୁ କୋର୍ଟ କହିଥିଲେ । ଡାକ୍ତର ସୁମିତ କିମ୍ୱା ତାଙ୍କ ପରିବାର ହେଉ ବା ତପସ୍ୱିନୀ କିମ୍ୱା ତାଙ୍କ ପରିବାର କାହାକୁ ଆକ୍ଷେପ ପ୍ରତିଆକ୍ଷେପ କରିବେ ନାହିଁ । ଉଭୟ ପରିବାର ପକ୍ଷରୁ କୌଣସି ବିଶୃଙ୍ଖଳା ସୃଷ୍ଟି କରିବେ ନାହିଁ ବୋଲି ଆଜି କୋର୍ଟ ରାୟ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

11 + 15 =