ନୂଆଦିଲ୍ଲୀ : ଶୁକ୍ରବାର ନୋଏଡ଼ାରେ ରହୁଥିବା ଜଣେ ୫୦ ବର୍ଷୀୟ ବ୍ୟକ୍ତି ସୁପ୍ରିମ କୋର୍ଟ ବାହାରେ ନିଜ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଛନ୍ତି । କିନ୍ତୁ କୋର୍ଟ ପରିସରରେ ନିୟୋଜିତ ହୋଇଥିବା ପୋଲିସ କର୍ମଚାରୀ ଠିକ ସମୟରେ ନିଆଁକୁ ଆୟତ୍ତ କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
ଏହି ଘଟଣା ସମୟରେ ପାଖରେ ଛିଡ଼ା ହୋଇଥିବା ଅନ୍ୟଜଣେ ବ୍ୟକ୍ତି ନିଜ ମୋବାଇଲ ଫୋନରେ ଏହି ଘଟଣାର ଭିଡିଓ ରେକର୍ଡ କରିଥିଲେ, ଯେତେବେଳେ ପୋଲିସ ରାସ୍ତାରେ ପଡ଼ି କାନ୍ଦୁଥିବା ବ୍ୟକ୍ତିର ସାହାଯ୍ୟ କରୁଥିଲେ। ତେବେ ଏହି ସମୟରେ ବ୍ୟକ୍ତି ଜଣକ କହୁଥିଲେ ‘’ମୁଁ ଏକ ଗରିବ ପରିବାରରୁ। ମୋ ପରିବାର ଭୋକରେ ମରୁଛି’’।
ସୁପ୍ରିମ କୋର୍ଟ ବାହାରେ ନିୟୋଜିତ ହୋଇଥିବା ପୋଲିସ କର୍ମୀ ନିଆଁକୁ ଆୟତ୍ତ କରିବା ପାଇଁ ସମ୍ପୃକ୍ତ ବ୍ୟକ୍ତି ପିନ୍ଧିଥିବା ପୋଷାକକୁ ଚିରି ଦେଇଥିଲେ। ପରେ ଚିକିତ୍ସା ପାଇଁ ଦୁଇଜଣ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଡାକ୍ତରଖାନା ନେଇଥିଲେ ।