ସୁରେନ ଓରାମ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଓଡିଶା ମାନବାଧିକାର ଆୟୋଗକୁ ଅନୁରୋଧ

0 116

ସମ୍ବଲପୁର : ସ୍ଥାନୀୟ ବରେଇପାଲି (ତେନ୍ତେଲପଡା) ନିବାସୀ ସୁରେନ ଓରାମ (୫୩)ର ଗତକାଲି ଲିଭର ରୋଗରୁ ମୃତ୍ୟୁ ହୋଇଯାଇଛି । ସେ ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତି ହେବା ସହିତ ଆର୍ଥିକ ଦୃଷ୍ଟିରୁ ଅତ୍ୟନ୍ତ ଗରିବ ଥିବାରୁ ବହୁଦିନରୁ ଲିଭର ରୋଗରେ ପଡି ଯନ୍ତ୍ରଣା ଭୋଗ କରୁଥିଲେ ସୁଦ୍ଧା ତାଙ୍କର ଉପଯୁକ୍ତ ଚିକିତ୍ସା ହୋଇ ପାରୁ ନ ଥିଲା । ତାଙ୍କର ଏହି ଦୟନୀୟ ସ୍ଥିତି ବାବଦରେ ସମ୍ବଲପୁର ଜିଲ୍ଲାପାଳଙ୍କୁ ଜଣାଇ ଅନ୍ତର୍ଜାତୀୟ ମାନବାଧିକାର ପରିଷଦର ରାଜ୍ୟ ସଭାପତି ସୁକାନ୍ତ ମେହେର ଏ ବିଷୟରେ ସୁରେନଙ୍କୁ ସାହାଯ୍ୟ ଯୋଗାଇ ଦେବାପାଇଁ ଅନୁରୋଧ କରିଥିଲେ । ଜିଲ୍ଲାପାଳ ଶୁଭମ ସକ୍‌ସେନା ଏବିଷୟରେ ଶୁଣାଣି ପାଇଁ ଆଜି ବୁଧବାର ଦିନ ଧାର୍ଯ୍ୟ କରିଥିଲେ କିନ୍ତୁ ଏହି ଶୁଣାଣି ପୂର୍ବରୁ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା । ଏଥି ପାଇଁ ପ୍ରଶାସନିକ ଅବହେଳା ଅଭିଯୋଗ ଆଣିବା ସହିତ ଶ୍ରୀ ମେହେର ଗତକାଲି ଓଡିଶା ରାଜ୍ୟ ମାନବାଧିକାର ଆୟୋଗକୁ ଜଣାଇଥିଲେ । ଆଜି ସଦର ଉପଜିଲ୍ଲାପାଳ ଶ୍ରୀ ମୟୂରଙ୍କୁ ଭେଟି ସେ ତାଙ୍କୁ ଏ ବିଷୟରେ ଅବଗତ କରାଇବା ସହିତ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଅନୁରୋଧ କରିଛନ୍ତି ଓ ସେ ମଧ୍ୟ ଏଥିପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

fourteen − nine =