କରୋନା ନେଇ ରାଜ୍ୟବାସୀଙ୍କୁ ଚେତାଇଦେଲେ ମୁଖ୍ୟ ସଚିବ: ଅବହେଳା କଲେ ଆମେ ସମସ୍ତେ ଅସୁବିଧା ଭୋଗିବା

0 119

ଭୁବନେଶ୍ୱର : ରାଜ୍ୟରେ କରୋନା ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଭୟଭୀତ ନହୋଇ ନିୟମ ମାନି ଆଉ କିଛି ଦିନ ଜଗିରଖି ଚଳିବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି । ଓମିକ୍ରନ ପାଇଁ ସଂକ୍ରମଣ ବଢୁଛି । ତେଣୁ ସରକାରଙ୍କ ସମସ୍ତ ଗାଇଡ୍‌ଲାଇନ୍‌ ମାନିବାକୁ ପଡିବ । ଅବହେଳା କଲେ ସମସ୍ତେ ଅସୁବିଧା ଭୋଗିବା । ରାଜ୍ୟରେ କରୋନା ସ୍ଥିତି ନେଇ ବୁଧବାର ମୁଖ୍ୟ ଶାସନ ସଚିବ ଏହା କହିଛନ୍ତି । ସେ କହିଛନ୍ତି, ଓମିକ୍ରନ ଯୋଗୁଁ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି । ଗତ ୭ ଦିନ ଧରି ୧୦ ରୁ ୧୧ ହଜାର କୋଭିଡ୍‌ ସଂକ୍ରମଣ ରହୁଛି । ଅବହେଳା କଲେ ଏହି ସଂଖ୍ୟା ଆହୁରି ବଢିପାରେ । ତେଣୁ ବାହାରକୁ ଗଲେ ଠିକ୍‌ରେ ମାସ୍କ ପିନ୍ଧନ୍ତୁ । ପ୍ରାୟ ୨ ପ୍ରତିଶତ ଲୋକଙ୍କୁ ମେଡିକାଲରେ ଭର୍ତ୍ତି କରିବାକୁ ପଡୁଛି । ପୂର୍ବ ଲହର ତୁଳନାରେ ଏବେ ହସ୍ପିଟାଲ, ଆଇସିୟୁ କମ ଦରକାର ପଡୁଛି । ଭୟଭୀତ ନହେବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟ ସଚିବ । ସେ କହିଛନ୍ତି, ଆସନ୍ତା କିଛି ଦିନ ରାଜ୍ୟ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ । ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ସମସ୍ତ ଗାଇଡ୍‌ଲାଇନ୍‌ ପାଳନ କରନ୍ତୁ । କୋଭିଡ୍‌ ମୁକାବିଲାରେ ରାଜ୍ୟ ସରକାରଙ୍କୁ ସହଯୋଗ କରନ୍ତୁ । ଲକ୍ଷଣ ଦେଖା ଦେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଅବହେଳା କଲେ ସଂକ୍ରମଣ ବଢିବ ଆଉ ସମସ୍ତେ ଅସୁବିଧା ଭୋଗିବା । ଲୋକଙ୍କ ଜୀବିକା ଯେମିତି ପ୍ରଭାବିତ ନହୁଏ ସେଥିପ୍ରତି ଧ୍ୟାନ ଦିଆଯାଇଛି । ସେଥିପାଇଁ ରାଜ୍ୟରେ ଲକଡାଉନ୍‌ କି ସଟଡାଉନ ଲାଗୁ କରାଯାଇ ନାହିଁ । ପ୍ରତ୍ୟେକ ଜିଲ୍ଲାରେ କୋଭିଡ୍‌ ହସ୍ପିଟାଲ ବ୍ୟବସ୍ଥା କରାଯାଇଛି । ଗର୍ଭବତୀ ଏବଂ ବୟସ୍କଙ୍କୁ କୋଭିଡ୍‌ ସଂକ୍ରମଣରୁ ଦୂରେଇ ରଖନ୍ତୁ । ମାସ୍କ ପିନ୍ଧିବା ସହ ଗହଳି ଜାଗାକୁ ଯାଆନ୍ତୁ ନାହିଁ ବୋଲି ମୁଖ୍ୟ ଶାସନ ସଚିବ ଲୋକଙ୍କୁ ନିବେଦନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

seven + seven =