ସ୍ୱାଭିମାନ ଓ ଗୌରବର ପ୍ରତୀକ “ତ୍ରିରଙ୍ଗା”

0 15

ଭୁବନେଶ୍ୱର : ଦେଶ ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଥିବା ମହାନ୍ ସଙ୍ଗ୍ରାମୀ ଏବଂ ତାଙ୍କ ଜୀବନଶୈଳୀ ଓ ବିଚାରଧାରାକୁ ଆଜିର ଯୁବ ପୀଢିଙ୍କ ମଧ୍ୟରେ ଅବଗତ କରାଇବା ନିହାତି ଆବଶ୍ୟକ। ସ୍ୱାଧୀନତା ସେନାନୀଙ୍କ ପ୍ରେରଣା ଓ ଦେଶ ବିକାଶର ଅବଦାନ ରଖି ଯାଇଥିବା ମହାପୁରୁଷ ଓ ରାଷ୍ଟ୍ରନାୟକଙ୍କ ପ୍ରେରଣାକୁ ମନେ ପକାଇବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ “ତ୍ରିରଙ୍ଗା ଯାତ୍ରା” ଅନୁଷ୍ଠିତ ହୋଇଛି। ଚଳିତ ବର୍ଷ ମଧ୍ୟ ସମସ୍ତ ଉତ୍ସାହ ଓ ଉଦ୍ଦୀପନା ସହ ତ୍ରିରଙ୍ଗା ଯାତ୍ରା ଦେଶବ୍ୟାପୀ ଅନୁଷ୍ଠିତ ହେଉଛି।

hiring

ଆଜି ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳ ଅଫିସଠାରୁ ବିଜେବି ହାଇସ୍କୁଲ ପଡିଆ ପର୍ଯ୍ୟନ୍ତ ଅନୁଷ୍ଠିତ “ତ୍ରିରଙ୍ଗା ଯାତ୍ରା”ରେ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ସାଂସଦ ଅପରାଜିତା ଷଡଙ୍ଗୀ ଯୋଗ ଦେଇଛନ୍ତି। ଏହି ପଦଯାତ୍ରାରେ ତ୍ରିରଙ୍ଗା, ବାଦ୍ୟ ଓ ନୃତ୍ୟ ସହିତ ଶହ ଶହ ସଂଖ୍ୟାରେ ସାଧାରଣ ଜନତା ସାମିଲ ହୋଇଥିଲେ। ଏହି ପତାକାକୁ ସମ୍ମାନର ସହ ଉଚ୍ଚ ସ୍ଥାନରେ ରଖିବା ସମସ୍ତଙ୍କ ଦାୟିତ୍ୱ। ଏହି ତ୍ରିରଙ୍ଗା ମାଧ୍ୟମରେ ରାଷ୍ଟ୍ରବାଦ, ଜାତୀୟତାବାଦ ଓ ଦେଶପ୍ରେମ ଜାଗ୍ରତ କରିବା ହେଉଛି ମୂଳ ଉଦ୍ଦେଶ୍ୟ। ଏହି ପତାକାକୁ ସମ୍ମାନର ସହ ଉଚ୍ଚସ୍ଥାନରେ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ। ରାଜ୍ୟ ସଭାପତି ଅନୁରୋଧ କରିଛନ୍ତି ଜେ ପ୍ରତ୍ୟେକ ଭାରତୀୟ ନିଜ ନିଜ ଘରେ “ତ୍ରିରଙ୍ଗା ପତାକା” ଉଡାଇବେ I ଭାରତୀୟଙ୍କ ସ୍ୱାଭିମାନ ଓ ଗୌରବର ପ୍ରତୀକ ହେଉଛି ତ୍ରିରଙ୍ଗା। ଏହି ଅବସରରେ ବିଧାୟକ ପ୍ରଶାନ୍ତ ଜଗଦେ୍ଦବ, ଅରବିନ୍ଦ ଢ଼ାଲି, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ବିଶ୍ୱରଞ୍ଜନ ବଡଜେନା, ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ରଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ଏବଂ ସାଧାରଣ ଜନତା ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

nine + 17 =