ଟାଇଟଲ ଜିତିବା ପରେ ଏତିକି କୋଟି ପାଇଲା ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ବି ମାଲାମାଲ

0 177

ଦୁବାଇ : ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟରେ ପରାସ୍ତ କରି ଟି -୨୦ ବିଶ୍ୱକପ ଟାଇଟଲ ହାସଲ କରିଛି ଅଷ୍ଟ୍ରେଲିଆ । ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ଦଳ ଟି -୨୦ରେ ବିଶ୍ୱ ଚାମ୍ପିୟନ ହୋଇଛି । ଅଷ୍ଟ୍ରେଲିଆର ଏହି ବିଜୟରେ ଡେଭିଡ ୱାର୍ନର ଏବଂ ମିଚେଲ ମାର୍ଶ ହିରୋ ଥିେଲେ । ଉଭୟ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଅର୍ଦ୍ଧଶତକ ଇନିଂସ ଖେଳିଥିଲେ ଏବଂ ଦଳ ଜିତିବାରେ ସଫଳ ହୋଇଥିଲେ । ମିଚେଲ ମାର୍ଶ ୫୦ ବଲରେ ୭୭ ରନ୍‌ ସଂଗ୍ରହ କରିଥିଲେ ଯେଉଁଥିରେ ୬ ଟି ଚୌକା ଓ ୪ ଛକା ଅନ୍ତର୍ଭୁକ୍ତ ଥିଲା । ଏଥି ସହିତ ୱାର୍ଣ୍ଣର ୩୮ ବଲରେ ୫୩ ରନ୍‌ ସଂଗ୍ରହ କରିଥିଲେ । ୱାର୍ଣ୍ଣର ତାଙ୍କ ଇନିଂସରେ ୩ ଛକା ଓ ୪ ଚୌକା ମାରିଥିଲେ । ଅଷ୍ର୍ଟ୍ରେଲିଆର ବିଜୟ ପରେ ମିଚେଲ ମାର୍ଶଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଟାଇଟଲ୍‌ ପ୍ରଦାନ କରାଯାଇଥିବାବେଳେ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ବ୍ୟାଟିଂ କରିଥିବା ଡେଭିଡ ୱାର୍ଣ୍ଣରଙ୍କୁ ପ୍ଲେୟାର ଅଫ୍‌ ଟୁର୍ନାମେଣ୍ଟ ଟାଇଟଲ ପ୍ରଦାନ କରାଯାଇଥିଲା ।
ଡେଭିଡ ୱାର୍ନର ୭ ଟି ମ୍ୟାଚରେ ୨୮୯ ରନ୍‌ ସଂଗ୍ରହ କରିଥିଲେ । ଏଥି ସହିତ ବାବର ଆଜମ ଏହି ଟି -୨୦ ବିଶ୍ୱକପରେ ସର୍ବାଧିକ ରନ ସ୍କୋରର ହୋଇଥିଲେ । ଆଜାମ ୬ ଟି ମ୍ୟାଚରେ ୩୦୩ ରନ୍‌ ସ୍କୋର କରିଥିଲେ । ଏହା ବ୍ୟତୀତ ଟି -୨୦ ବିଶ୍ୱକପ ୨୦୨୧ ରେ ସର୍ବାଧିକ ୱିକେଟ୍‌ ନେଇଥିବା ଖେଳାଳି ହେଉଛନ୍ତି ଶ୍ରୀଲଙ୍କାର ୱାନିନ୍ଦୁ ହାସାରଙ୍ଗା । ହସରାଙ୍ଗା ତାଙ୍କ ନାମରେ ୧୬ ୱିକେଟ୍‌ କରିଥିଲେ । ଏଥି ସହିତ ଅଷ୍ର୍ଟ୍ରେଲିଆର ଆଦାମ ଜାମ୍ପା ଏହି ଟି -୨୦ ବିଶ୍ୱକପରେ ୧୩ ୱିକେଟ୍‌ ନେଇ ସମସ୍ତଙ୍କୁ ପ୍ରଭାବିତ କରିଥିଲେ ।
ଅଷ୍ଟ୍ରେଲିଆ ଦଳ ଟି-୨୦ ବିଶ୍ୱକପ ଟାଇଟଲ ଜିତିବା ପରେ ୧୨ କୋଟି ଟଙ୍କା ପାଇଥିବାବେଳେ ରନର୍ସ୍‌ ଅପ୍‌ ନ୍ୟୁଜିଲ୍ୟାଣ୍ଡ ଦଳ ୬ କୋଟି ଟଙ୍କା ପାଇଛି । ଏହା ବ୍ୟତୀତ ସେମିଫାଇନାଲରେ ପ୍ରବେଶ କରିଥିବା ପାକିସ୍ତାନ ଏବଂ ଇଂଲଣ୍ଡ ଦଳ ୩ କୋଟି ଟଙ୍କା ଲେଖାଏଁ ପାଇଛନ୍ତି ।

hiranchal ad1
Leave A Reply

Your email address will not be published.

18 + fourteen =