ସଚେତନତା ଅଭାବରୁ ମୃତ୍ୟୁ ନେଇ ଚର୍ଚ୍ଚା

0 223

ହରଭଙ୍ଗା : ବିଷାକ୍ତ ସାପ କାମୁଡ଼ାରେ ଯୁବକ ଙ୍କ ମୃତ୍ୟୁ l ପରିବାର ବେସାହାରା l ସୂଚନା ଅନୁଯାଇ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ପାଟଦୋହଲି ଗ୍ରାମର ହେମlନନ୍ଦ ପ୍ରଧାନ (୩୦)ଗତ କାଲି ରାତ୍ରି ରେ ସୋଇଥିବା ସମୟରେ ଏକ ବିଷାକ୍ତ ସାପ କାମୁଡି ଥିଲା l ସନ୍ଦେହରେ ଘର ସବୁ ଆଡେ ଖୋଜା ଖୋଜି ପରେ ଘର ଏକ କଣରେ ସାପ ଥିବା ଦେଖି ସଙ୍ଗେସଙ୍ଗେ ଗ୍ରାମ ବାସୀଙ୍କ ସହାୟତାରେ ବୌଦ୍ଧ ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଯାଇଥିଲା l ଚିକିତ୍ସାଧିନ ଅବସ୍ଥାରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବୌଦ୍ଧରୁ ବୁର୍ଲା ଭୀମସାରକୁ ଡାକ୍ତର ସ୍ଥାନାନ୍ତରିତ କରିଥିଲେ l କିନ୍ତୁ ପରିବାର ଲୋକେ ସଚେତନତା ଅଭାବରୁ ବୁର୍ଲା ନନେଇ ଘରକୁ ଫେରାଇ ଆଣି ଗୁଣି ଗାରିଡିକୁ ଭରସା କରି ଚିକିତ୍ସା କରାଇଥିଲେ l ଆଜି ଗୁଣିଗାରିଡି କାମରେ ସୁସ୍ଥ ନହୋଇ ଶେଷରେ ହେମାନନ୍ଦଙ୍କ ମୃତ୍ୟୁ ହୋଇଥିଲା l ତାଙ୍କର ଏକ 4ବର୍ଷର ଝିଅ ଓ ବିଧବା ସ୍ତ୍ରୀଙ୍କୁ ଆର୍ଥିକ ସହାୟତା ପାଇଁ ଦାବି ହେଉଥିବା ବେଳେ ସାପ କାମୁଡ଼ିଲେ ତୁରନ୍ତ ଡାକ୍ତରଖାନା ଓ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା କରାଇବା ଏବଂ ଅନ୍ଧ ବିଶ୍ୱାସ ଗୁଣି ଗାରିଡି ପଛରେ ନପଡିବl ପାଇଁ ସମାଜ ସେବି ବିଭୁଦତ୍ତ ବୋଷ ସଚେତନତା କରିଛନ୍ତି l

hiranchal ad1
Leave A Reply

Your email address will not be published.

sixteen − sixteen =