ବୌଦ୍ଧ : ପଶ୍ଚିମଓଡିଶାର ବୌଦ୍ଧ, ସୋନପୁର ଓ ଆଠମଲ୍ଲିକ ଅଂଚଳରୁ ସୁଦୁର ତାମିଲନାଡୁ ରାଜ୍ୟକୁ କାମ କରିବାକୁ ଯାଇଥିବା ୧୮ଜଣ ଶ୍ରମିକଙ୍କୁ ଏକ ସୂତାକଳର ମାଲିକ ନିର୍ଯାତନା ଦେଉଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ସୋସିଆଲ ମିଡିଆରେ ଶ୍ରମିକମାନେ ଭାଇରାଲ କରିଥିବା ଭିଡିଓ ଅନୁଯାୟୀ କୋଏମ୍ବାଟୁର ଜିଲ୍ଲା ସୁଲୁରଥାନା ଅନ୍ତର୍ଗତ ଅରସୁଲ ଗ୍ରାମରେ ଥିବା ଶ୍ରୀରାଣୀ ଲକ୍ଷ୍ମୀ ଟେକ୍ସଟାଇଲ ପ୍ରାଇଭେଟ୍ ଲିମିଟେଡ ନାମକ ଏକ କପଡା ମିଲରେ କାମ କରିବାକୁ ବୌଦ୍ଧ, ସୋନପୁର ଓ ଆଠମଲ୍ଲିକ ଅଂଚଳରୁ ୧୮ଜଣ ଶ୍ରମିକ ଯାଇଥିଲେ ।
ଲକଡାଉନରେ ଫସି ରହିବା ପରେ ଏବେ ଟ୍ରେନ୍ ଚଳାଚଳ ହେବା ଯୋଗୁଁ ସେମାନେ ଘରକୁ ଫେରିବାକୁ ଚାହୁଁଛନ୍ତି । ବର୍ତ୍ତମାନ ମିଲରେ ଉତ୍ପାଦନ ଆରମ୍ଭ ହୋଇଥିବା ଯୋଗୁଁ ମାଲିକ ସେମାନଙ୍କୁ ଜୋରଜବରଦସ୍ତ ଅଟକାଇ ରଖିଛି । ଲୋକ ଲଗାଇ ଶ୍ରମିକମାନଙ୍କୁ ମାଡ ମରାଉଥିବା ଓ ମିଥ୍ୟା କେସରେ ଯୋଡି ହଇରାଣ କରୁଥିବା ସେମାନେ ଅଭିଯୋଗ କରିଛନ୍ତି ।
ଏଣୁ ଏକ ଭିଡିଓ ମାଧ୍ୟମରେ ସେମାନଙ୍କୁ ଉଦ୍ଧାର ପାଇଁ ଶ୍ରମିକମାନେ ମୁଖ୍ୟମନ୍ତ୍ରୀଙ୍କୁ ଆକୁଳ ନିବେଦନ କରିଛନ୍ତି ।