ତପସ୍ୱିନୀ-ସୁମିତ୍‌ ମାମଲା : ହାଇକୋର୍ଟରେ କାଏମ୍‌ ରହିଲା ତଳ କୋର୍ଟଙ୍କ ନିର୍ଦ୍ଦେଶ

0 56

କଟକ: ବହୁଚର୍ଚ୍ଚିତ ତପସ୍ୱିନୀ ଓ ଡାକ୍ତର ସୁମିତ୍‌ ସାହୁଙ୍କ ବିବାହ ବିବାଦ ମାମଲାରେ ହାଇକୋର୍ଟରେ ଆଜି ଶୁଣାଣି ହୋଇଛି । ହାଇକୋର୍ଟ ଭରଣପୋଷଣ ନେଇ ତଳକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି । ପ୍ରତି ମାସ ୧୦ ତାରିଖ ସୁଦ୍ଧା ତପସ୍ୱିନୀଙ୍କୁ ମାସିକ ଭରଣପୋଷଣ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଫେବ୍ରୁଆରି ୧୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ହୋଇକୋର୍ଟରେ ତଳ କୋର୍ଟଙ୍କ ରାୟ କାଏମ୍‌ ରହିବା ପରେ ସୁମିତ୍‌ଙ୍କୁ ତପସ୍ୱିନୀଙ୍କ ଭରଣପୋଷଣ ପାଇଁ ପ୍ରତିମାସ ୧୭ ହଜାର ଟଙ୍କା ପ୍ରଦାନ କରିବାକୁ ହେବ । ତପସ୍ୱିନୀଙ୍କୁ ପ୍ରତିମାସ ୧୭ ହଜାର ଟଙ୍କା ପ୍ରଦାନ କରିବାକୁ ବ୍ରହ୍ମପୁର ଜିଲ୍ଲା ଦୌରାଜଜଙ୍କ ଡାକ୍ତର ସୁମିତ୍‌ଙ୍କୁ ନିର୍ଦ୍ଦେଶ ଥିଲା । ବ୍ରହ୍ମାନଗରସ୍ଥିତ ଶ୍ୱଶୁର ଘରେ ତପସ୍ୱିନୀ ରହି ପାରିବେ ବୋଲି ଜିଲ୍ଲା ଜଜ୍‌ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପୁଲିସ ଓ ମହିଳା ସୁରକ୍ଷା ଅଧିକାରୀ ଏ ସମ୍ପର୍କରେ ତପସ୍ୱିନୀ ଶ୍ୱଶୁର ପ୍ରମୋଦ ସାହୁଙ୍କ ସହିତ ଆଲୋଚନା କରିଥିଲେ । ପର୍ଯ୍ୟାୟ କ୍ରମେ ଆଲୋଚନା ପରେ ତପସ୍ୱିନୀଙ୍କ ପାଇଁ ଉପର ମହଲା ଘର ଠିକ୍‌ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

14 − 10 =