ଭୁବନେଶ୍ୱରରେ ଧର୍ମାନୁଷ୍ଠାନ ପ୍ରବେଶ ପାଇଁ ଆବଶ୍ୟକ ନାହିଁ କୋଭିଡ୍‌ ଟିକା ପ୍ରମାଣପତ୍ର

0 57

ଭୁବନେଶ୍ୱର: କରୋନା ସଂକ୍ରମଣ ହ୍ରାସ ଏବଂ ଭକ୍ତଙ୍କ ଆବେଗକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଧର୍ମାନୁଷ୍ଠାନଗୁଡ଼ିକରେ ପୂର୍ବରୁ ଲାଗୁ ହୋଇଥିବା କଟକଣାକୁ ପର୍ଯ୍ୟାୟକ୍ରମେ କୋହଳ କରିଚାଲିଛନ୍ତି । ଆଜି ଆଉ ଟିକେ କୋହଳ କରାଯାଇଛି । ଏଣିକି, ରାଜଧାନୀର ଧର୍ମାନୁଷ୍ଠାନରେ ପ୍ରବେଶ ପାଇଁ ଆଉ ଦରକାର ନାହିଁ କୋଭିଡ୍‌ ସାର୍ଟିଫିକେଟ । ବର୍ତ୍ତମାନ କୋଭିଡ୍‌ ଓ ଟିକାକରଣର ସ୍ଥିତିକୁ ଦେଖି ବିଏମସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏଣିକି ବିଏମସି ଅଧିନରେ ଥିବା କୌଣସି ବି ଧାର୍ମିକ ଅନୁଷ୍ଠାନକୁ ପରିଦର୍ଶନ ବା ଦର୍ଶନ ପାଇଁ ଟିକାକରଣ ପ୍ରମାଣପତ୍ର କିମ୍ବା ପରିଚୟପତ୍ରର ଆବଶ୍ୟକତା ନାହିଁ । କିନ୍ତୁ ମନ୍ଦିର କିମ୍ବ ଧର୍ମାନୁଷ୍ଠାନ କର୍ତ୍ତୃପକ୍ଷ ସେମାନଙ୍କ ପରିସରରେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଏବଂ ହାତ ବିଶୋଧନ ଭଳି ସମସ୍ତ କୋଭିଡ୍‌ ନିୟମ ପାଳନ କରିବେ । ଏଡି କୋହଳ ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଏନେଇ ବିଏମସି ନିର୍ଦ୍ଦେଶନାମା ଜାରି କରିଛି । ଗତ ୧୨ ତାରିଖରୁ ୧୫ ବର୍ଷରୁ କମ୍‌ ବୟସର ପିଲାମାନଙ୍କୁ ଧର୍ମାନୁଷ୍ଠାନରେ ପ୍ରବେଶ ନେଇ ଅନୁମତି ଦେଇଥିଲେ ବିଏମସି ।

hiranchal ad1
Leave A Reply

Your email address will not be published.

16 + 1 =