ଆପ ପକ୍ଷରୁ ଜିଲ୍ଲାପାଳଙ୍କୁ ୧୪ଦଫା ଦାବିପତ୍ର ପ୍ରଦାନ

0 89

କଣ୍ଟାବଞ୍ଜି: କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଆମ ଆଦମୀ ପାର୍ଟି ନେତା ସୁରଥ ବେହେରାଙ୍କ ନେତୃତ୍ୱରେ ୧୪ଦଫା ଦାବିକୁ ଭିତ୍ତି କରି କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ଜରିଆରେ ଜିଲ୍ଲାପାଳକୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ବାର୍ଦ୍ଧବ୍ୟ, ବିଧବା ଓ ଭିନ୍ନକ୍ଷମକୁ ତିନି ମାସର ଭତ୍ତା ନଗଦ ଆକାରରେ ଘରକୁ ଯୋଗାଇବା, ଯୋଗ୍ୟ ହିତାଧିକାରୀକୁ ଚିହ୍ନଟ କରି ନୂଆ ରାସନ କାର୍ଡ ଯୋଗାଇବା, ସହରର ପ୍ରତ୍ୟେକ ପରିବାରକୁ ପାଇପ ମାଧ୍ୟମ ପିଇବା ପାଣି ମାଗଣାରେ ଯୋଗାଇବା, ଭୂମିହୀନକୁ ପଟ୍ଟା ପ୍ରଦାନ କରିବା, ନାଲି ନର୍ଦ୍ଦମା ନିୟମିତ ସାଫ ହେବା, ମହାମାରୀ କାଳରେ ଲୋକଙ୍କ ଆୟ କମି ଥିବାରୁ ଟାଟା କମ୍ପାନୀ ଦ୍ୱାରା ଚଢ଼ା ଦରରେ ବିଜୁଳି ବିଲ୍‌ ଆଦାୟକୁ ବନ୍ଦ କରିବା ସଙ୍ଗେ ତିନ ଶହ ୟୁନିଟ ପ୍ରତ୍ୟେକ ପରିବାରକୁ ମାଗଣା ଦିଆଯାଉ ବୋଲି ଉଲ୍ଲେଖ କରାଯାଇଛି । ସାପ୍ତାହିକ ଓ ଦୈନିକ ବଜାର ହାଟରେ ପରିବା ବିକାଳୀ ଓ ବ୍ୟବସାୟୀଙ୍କ ଠାରୁ ଟିକସ ଆଦାୟ ବନ୍ଦ କରିବା, ସମସ୍ତ ଉଠା ଦୋକାନୀକୁ ଆର୍ଥିକ ସହଯୋଗ, ଡାକ୍ତରଖାନାରେ ନିୟୋଜିତ ସରକାରୀ ଡାକ୍ତରଙ୍କ ଘରୋଇ କ୍ଲିନିକ ଚିକିତ୍ସା ବନ୍ଦ କରିବା ଉଲ୍ଲେଖ ରହିଥିଲା । କାର୍ଯ୍ୟନିର୍ବାହୀ ଅଧିକାରୀ ସେମି ଜୟଶ୍ରୀ ରେଡ୍ଡୀଙ୍କ ଅନୁପସ୍ଥିତିରେ ନୋଡାଲ ଅଫିସର ଚନ୍ଦ୍ରଶେଖର ଭୋଇକୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ସଭାପତି ଆଶିଷ ପାଣ୍ଡେ, ସମ୍ପାଦକ ଶଙ୍ଖେଶ୍ୱର ମହାପାତ୍ର, ୟୁବା ନେତା ରମାକାନ୍ତ ବେହେରା, ସୋସିଆଲ ମେଡିଆ ଇନଚାର୍ଜ ଅଶୋକ ସୁନା, ବରିଷ୍ଠ କାର୍ଯ୍ୟକର୍ତ୍ତା ବାଲକୃଷ୍ଣ ସେଠ, ଅବଦୁଲ ଅଲିମ ସହ ଶତାଧିକ ମହିଳା ଓ ପୁରୁଷ କର୍ମୀ ସମ୍ମିଳିତ ଥିଲେ ।

hiranchal ad1
Leave A Reply

Your email address will not be published.

eleven + sixteen =